Daily Archives

June 25, 2023

ଭରା ନଦୀରେ ଭାଙ୍ଗିଲା ରେଳ ବ୍ରିଜ୍ । ପାଣିରେ ବୁଡିଗଲା ଟ୍ରେନର ଏକାଧିକ ବଗି, କେମିକାଲ ମିଶ୍ରଣରେ ନଈ ପାଣି ବିଷାକ୍ତ ।

କନକ ବ୍ୟୁରୋ: ଆମେରିକା ମୋଣ୍ଟାନା ନଦୀରେ ଭାଙ୍ଗିପଡିଲା ରେଲୱେ ବ୍ରିଜ୍ । ଫଳରେ ଏହା ଉପରେ ଯାଉଥିବା ମାଲବାହୀ ଟ୍ରେନର ଏକାଧିକ ବଗି ପାଣିରେ ଖସିପଡିଛି । ମାଲଗାଡିର ଟ୍ୟାଙ୍କର ଗୁଡିକରେ ଗରମ ଡାମର ଓ ତରଳ ସଲ୍ଫର ଥିବାରୁ ସେସବୁ ନଦୀ ପାଣିରେ ମିଶି ବିଷାକ୍ତ ହୋଇଯାଇଥିବା ଆଶଙ୍କା ରହିଛି ।…

ଶବ ସଂସ୍କାର କରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଜଣେ ମୃତ, ୪ ଗୁରୁତର

କନକ ବ୍ୟୁରୋ : ଶବ ସଂସ୍କାର କରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୪ ଜଣ ଗୁରୁତର ହୋଇପଡିଛନ୍ତି । ମୃତକ ଜଣକ ଜୟନଗର ସରପଞ୍ଚ ପ୍ରଦୀପ୍ତ ଦାସ ବୋଲି ଜଣାପଡିଛି । ଗୁରୁତର ମାନଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ରାଜକନିକା…

ମଣିପୁର ହିଂସାକୁ ନେଇ ଉତ୍ୟକ୍ତ ସ୍ଥାନୀୟ ଲୋକ, ହଜାର ହଜାର ମହିଳା ଏକାଠି ହୋଇ ସେନା ହାତରୁ ଛଡାଇନେଲେ ୧୨ ଉଗ୍ରବାଦୀ

କନକ ବ୍ୟୁରୋ : ମଣିପୁରରେ ଗତ ୨ମାସ ହେବ ହିଂସା ଲାଗି ରହିଛି । ଦୀର୍ଘଦିନର ହିଂସା ପରେ ଏବେ ସ୍ଥାନୀୟ ଲୋକମାନେ ପୋଲିସ ଓ ସେନା ବିରୋଧରେ ମୋର୍ଚ୍ଚ ଖୋଲିଛନ୍ତି । ଏହି କାରଣରୁ ସେନା ଓ ଅର୍ଦ୍ଧସାମରିକ ବଳ ଦ୍ୱାରା ଚଳାଯାଉଥିବା ସର୍ଚ୍ଚ ଅପରେଶନ ବନ୍ଦ କରିବାକୁ ପଡୁଛି । ଏଭଳି ଏକ ମାମଲା…

ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟରଙ୍କ ମୃତ୍ୟୁ ପରେ ତତ୍ପର ବନ ବିଭାଗ । କୋକସରା ସାହଜଖୋଲ ଜଙ୍ଗଲରୁ ୬ଟି ଦେଶୀ ବନ୍ଧୁକ…

କନକ ବ୍ୟୁରୋ : କଳାହାଣ୍ଡି କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟରେ ଚଢାଉ । ଛତିଶଗଡ ଏସଟିଏଫ ଟିମ୍ ଓ କଳାହାଣ୍ଡି ବନବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି । ବେଆଇନ୍ ଭାବେ ଦେଶୀ ବନ୍ଧୁକ ରଖି ବନ୍ୟ ଜନ୍ତୁ ଶିକାର କରୁଥିବା ଅଭିଯୋଗ ପରେ ଏହି ଚଢାଉ କରାଯାଇଛି । ତେବେ ଚଢାଉ ସମୟରେ ୬ଟି…

ଚାଷୀ ବନିଲେ ଟ୍ରେନ୍ ମାଲିକ ! ଭୁଲ୍ କଲା ରେଲୱେ, ଟ୍ରେନର ମାଲିକ ବନିଲେ ଚାଷୀ ! ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ ?

କନକ ବ୍ୟୁରୋ : ରେଳ ବାଇ ଦେଶର ସମ୍ପତ୍ତି ଓ ସମସ୍ତ ଟ୍ରେନର ମାଲିକ ହେଉଛନ୍ତି ସରକାର । କିନ୍ତୁ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଯେ ଜଣେ ଚାଷୀଙ୍କ ମାଲିକାନାରେ ଚାଲିଛି ଦେଶର ଏକ ଟ୍ରେନ  । ଯାହାକୁ ଭାରତର ପ୍ରଥମ ଘରୋଇ ଟ୍ରେନ୍ ବୋଲି କୁହାଯାଏ । ବିଶ୍ୱାସ ହେଉନି ନାଁ । କିନ୍ତୁ ଏହା ସତ ।…

କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରକୁ ନେଇ ଅସନ୍ତୋଷ । ଚଳିତବର୍ଷ ବାଦ୍ ପଡିଲେ ଓଡ଼ିଆ ଲେଖକ

କନକ ବ୍ୟୁରୋ: ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମି ଯୁବ ପୁରସ୍କାର ବର୍ଗରେ ବାଦ ପଡିଛନ୍ତି ଓଡିଆ ଭାଷା ଲେଖକ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୨୦୨୩ର ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ପାଇଥିବା ଲେଖକଙ୍କ ନାମ ଘୋଷଣା କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ…