ରାଜଶ୍ରୀଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ; ଓସିଏର ଚୟନ ପ୍ରକ୍ରିୟାକୁ ନେଇ ଉଠାଇଲେ ପ୍ରଶ୍ନ

159

କନକ ବ୍ୟୁରୋ : ମହିଳା କ୍ରିକେଟର ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହା ସହ ଓସିଏର ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜଶ୍ରୀଙ୍କ ସମ୍ପର୍କୀୟ ଭାଇ ଅଭିଯୋଗ କରିଛନ୍ତି ଯେ, ଓସିଏର ଖେଳାଳି ଚୟନରେ ପଇସା କାରବାର ହୋଇଛି ।

ଆଉ ଏଥିପାଇଁ ତାଙ୍କ ଭଉଣୀ ଚୟନରୁ ବାଦ୍ ପଡ଼ିଥିଲେ । ଏହାକୁ ନେଇ ଖୁବ୍ ଅସନ୍ତୁଷ୍ଟ ଥିଲେ ରାଜଶ୍ରୀ । ଏ ନେଇ ଓସିଏକୁ ପ୍ରଶ୍ନ ପଚାରିବେ ବୋଲି ରାଜଶ୍ରୀ କହିଥିବା ତାଙ୍କ ଭାଇ କହିଛନ୍ତି । ସେପଟେ ରାଜଶ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ମାରିଦିଆଯାଇଛି ।  ଏସବୁ ଭିତରେ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି ।