ସ୍ମାର୍ଟ ସିଟିରେ ପାଣି ପାଇଁ ଡହଳ ବିକଳ । ରାଉରକେଲାରେ ଲୋକେ ପିଉଛନ୍ତି ମଇଳା ପାଣି । ଶୁଣୁନାହାଁନ୍ତି ବିଭାଗୀୟ ଅଧିକାରୀ ।

31

କନକ ବ୍ୟୁରୋ: ପାଣି ପାଇଁ ସ୍ମାର୍ଟ ସିଟିରେ ଉତେଜନା । ରାଉରକେଲା ରେ ପିଇବା ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଛନ୍ତି ଶତାଧିକ ମହିଳା ପୁରୁଷ । ଦୀର୍ଘଦିନରୁ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ରାଉରକେଲା ସ୍ମାର୍ଟ ସିଟି ଗୋପବନ୍ଧୁ ପାଲିର ବସ୍ତି ବାସିନ୍ଦା । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ । ଯାହା ଫଳରେ ଶତାଧିକ ବସ୍ତି ବାସିନ୍ଦା ପାନପୋଷ ୱାଟକୋ ଅଫିସ ରେ ଠୁଳ ହୋଇ ଅଫିସରେ ମାରିଥିଲେ ତାଲା । ବିଭିନ୍ନ ନାରାବାଜି ସହ କିଛି ଘଂଟା ଧରି ୱାଟକୋ ଅଫିସ କୁ ଅଚଳ କରିଦେଇଥିଲେ ଉତ୍ୟକ୍ତ ବସ୍ତି ବାସିନ୍ଦା । ଦୀର୍ଘ ସମୟ ଧରି ଅଫିସ ଭିତରେ ଫସି ରହିଥିଲେ ୱାଟକୋ ଅଧିକାରୀ ।

ମଇଳା ପାଣି ସହ ପୋକ ମିଶା ପାଣି ସମସ୍ୟାର ସମାଧାନ ନ ହେଲେ ଆଗକୁ ବି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନ ରେ ସାମିଲ ଥିବା ବସ୍ତି ବାସିନ୍ଦା । ସେପଟେ ଦୀର୍ଘଦିନ ହେବ ଏହି ବସ୍ତିରେ ପାଇପ ବିଛା ସାରିଥିଲେ ମଧ୍ୟ ଟେପ ଯୋଗେ ପାଣି ସପ୍ଲାଇ ହୋଇ ପାରିନି ।