କୋଟିଆରେ ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଅଧିକାରୀ । କହିଲେ ସୁରୁଖୁରରେ ହେବ ମତଦାନ ।

45

କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ର ସହ ସୀମା ବିବାଦ ରହିିଛି । ଏପରି ସ୍ଥିତିରେ ସଂପୃକ୍ତ ସ୍ଥାନରେ କିଭଳି ସୁରୁଖୁରରେ ନିର୍ବାଚନ ସୁନିଶ୍ଚିିତ ହେବ ଏବଂ କୌଣସି ପ୍ରକାର ପ୍ରତିକୂଳ ସ୍ଥିତି ସୃଷ୍ଟି ହେବ ନାହିଁ ତାକୁ ସୁନିଶ୍ଚିତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ୩୦ ଟ୍ରୁପ୍ ସିଆରପିଏଫ ମୁତୟନ କରାଯିବ । କୋଟିଆ ସମେତ ସୀମାନ୍ତ ଅଞ୍ଚଳରେ ଭୋଟ ଗ୍ରହଣ ସୁଚାରୁରୂପେ ସମାପନ କରାଯିବ । ଏଥିପାଇଁ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି । ମାଲକାନଗିରି ଜିଲ୍ଲାରେ ଷୋହଳ କମ୍ପାନୀ , କୋରାପୁଟ ଜିଲ୍ଲାରେ ଆଠ କମ୍ପାନୀ, ନବରଙ୍ଗପୁର ଜିଲ୍ଲାର ତିନି କମ୍ପାନୀ ଓ ରାୟଗଡା ଜିଲ୍ଲାରେ ତିନି କମ୍ପାନୀ ସିଆରପିଏଫ ମୁତୟନ କରାଯିବ ।