ବିଜୟରୁ ଅଭିଯାନ ଆରମ୍ଭ କଲା CSK , ୬ ୱିକେଟ୍‌ରେ ବେଙ୍ଗାଲୁରୁକୁ ହରାଇଲା ।

136

କନକ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇ ଟିମ୍‌ ୧୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରିଛି। ଦଳର ଖେଳାଳିମାନେ ୧୭୬ ରନ୍‌ କରିଛନ୍ତି।

ପ୍ରଥମ ପାଳିରେ ବେଙ୍ଗାଲୁରୁ ପାଇଁ ଅନୁଜ ରାୱତ ଓ ଦିନେଶ କାର୍ତ୍ତିକ ଷଷ୍ଠ ୱିକେଟ୍‌ରେ ୯୫ ରନ୍ ଭାଗିଦାରୀ ହୋଇପାରିଥିଲେ। ଚେନ୍ନାଇ ବିପକ୍ଷରେ ବେଙ୍ଗାଲୁରୁ ୬ଟି ୱିକେଟ୍‌ ହରାଇ ୧୭୩ ରନ୍‌ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇକୁ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।