ପୁରୀ ସତ୍ୟବାଦୀରେ ରାଜନୈତିକ ହିଂସା । ରାଜନୈତିକ ବଚସା ପରେ ବିରୋଧୀ ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ ।

280

କନକବ୍ୟୁରୋ :ପୁରୀ ସତ୍ୟବାଦୀରୁ ଆସିଲା ରାଜନୈତିକ ହିଂସାର ଚିତ୍ର । ପାରକେଣା ଗାଁ ନୂଆଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ହାଣିଲେ ଦୁବୃର୍ତ । ରାଜନୈତିକ ବଚସାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଯୁଧିଷ୍ଠିରଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଆକ୍ରମଣରେ ବିଜେଡି କର୍ମୀ ବଳିଆ ବିଶ୍ୱାଳଙ୍କ ସମ୍ପୃକ୍ତି ଥିବା ବେଳେ ତାଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଯୁଧିଷ୍ଠିରଙ୍କ ପରିବାର ଲୋକ ଦାବି କରିଛନ୍ତି । ଏନେଇ ବଳଙ୍ଗା ଥାନାରେ ମାମଲା ଦାୟର ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।