ଉଦ୍ଧାର କରିବାକୁ ଯାଇ ନିଜେ ମୃତ୍ୟୁର ଜାଲରେ ଫଶିଗଲେ । ଦିଗପହଣ୍ଡି ଶିଧେଶ୍ୱର ଗାଁରେ କୂଅରୁ ପଙ୍କ ଉଦ୍ଧାର ବେଳେ ଅଘଟଣ, ଅଣନିଶ୍ୱାସୀ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ।

44

କନକ ବ୍ୟୁରୋ : କୂଅ ଭିତରେ ଫଶିଥିବା ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଲେ ଯୁବକ । ଦିଗପହଣ୍ଡି ଥାନା ଅନ୍ତର୍ଗତ ଶିଧେଶ୍ୱର ଗାଁରେ ଏଭଳି ଅଘଟଣ ଘଟିଛି । ଗାଁରେ ଏକ କୂଅରୁ ପଙ୍କ ଉଦ୍ଧାର ଚାଲିଥିବା ବେଳେ କୂଅ ଭିତରେ ଥିବା ଦୁଇ ଜଣ ଅଣନିଶ୍ୱାସୀ ହୋଇପଡ଼ିଥିଲେ । କୂଅ ଉପରେ ଥିବା ଅନ୍ୟ ଜଣେ ଯୁବକ ତାଙ୍କୁ ଉଦ୍ଧାର କରିବାକୁ ଭିତରକୁ ଯାଇଥିଲେ । ହେଲେ କୂଅ ଭିତରେ ୩ଜଣଯାକ ଫଶିରହିଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ବଞ୍ଚାଇବାକୁ ଯାଇଥିବା ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।