ଭାରତୀୟ ବାୟୁସେନା ଛୁଇଁଲା ଆଉ ଏକ ମାଇଲଖୁଣ୍ଟ । ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଦୁଇଟି ଭିଡିଓ ସେୟାର କଲା ବାୟୁସେନା ।

127

କନକବ୍ୟୁରୋ :ଭାରତୀୟ ବାୟୁସେନା ଛୁଇଁଲା ଆଉ ଏକ ମାଇଲଖୁଂଟ । ନାଇଟ ଭିଜନ ଗଗଲ୍ସ ସହାୟତାରେ ରାତି ସମୟରେ ଇଷ୍ଟର୍ଣ୍ଣ ସେକ୍ଟରରେ ସଫଳ ଭାବେ ଅବତରଣ କଲା ଭାରତୀୟ ବାୟୁସେନାର ସି-୧୩୦ଜେ ବିମାନ । ଏହି ସମୟର ଦୁଇଟି ଭିଡିଓକୁ ବାୟୁସେନା ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସ ଆକାଉଂଟରେ ସେୟାର କରାଯାଇଛି । ଦେଶର ସାର୍ବଭୌମତ୍ୱର ରକ୍ଷା ପାଇଁ ଭାରତୀୟ ବାୟୁସେନା ସବୁବେଳେ ସବୁ ପରିସ୍ଥିତିରେ ପ୍ରସ୍ତୁତ ରହିଛି । ଏହା ଆଗକୁ ଭାରତକୁ ବାହ୍ୟ ଶତୁ ଆକ୍ରମଣର ମୁକାବିଲାରେ ସହାୟକ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ଏହି ସଫଳତା ବାୟୁସେନାର ପ୍ରତିବଦ୍ଧତାକୁ ଦର୍ଶାଇଥିବା ବେଳେ ସଫଳତା ପରେ ବିଭିନ୍ନ ଆଡୁ ଶୁଭେଛାର ସୁଅ ଛୁଟିଛି ।