ଘଷିପୁରାରେ ନିର୍ବାଚନୀ ହିଂସା ଘଟଣା । ପ୍ରସଙ୍ଗ ଟାଲିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସେପଟେ ଆକ୍ରମଣ ସମୟର ବର୍ବରତାର କାହାଣୀ କହିଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନଙ୍କ ସମର୍ଥକ ।

409

କନକବ୍ୟୁରୋ : ହସ୍ପିଟାଲରୁ ବାହାରିଲେ ଘଷିପୁରା ସ୍ୱାଧୀନ ପାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ ବସନ୍ତ ଚକ୍ର । ମେଡିକାଲରୁ ବାହାରିବା ପରେ ଆକ୍ରମଣର ବର୍ବର କାହାଣୀ କହିଛନ୍ତି ବସନ୍ତ । କିପରି ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି କରିଥିଲେ ତାହା କହିଛନ୍ତି ବସନ୍ତ ଚକ୍ର । ଗତକାଲି ବଦ୍ରି ସମର୍ଥକଙ୍କ ଆକ୍ରମଣରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମର୍ଥକ ଆହତ ହୋଇଥିଲେ । ଘଷିପୁରା ବ୍ଲକ ପଣ୍ଡୁଆ ପଂଚାୟତରେ ଏହି ଆକ୍ରମଣ ହୋଇଥିଲା । ବସନ୍ତ ଚକ୍ର କୁକୁଡା ଫାର୍ମାରେ ଥିବା ସମୟରେ ୫ରୁ ୭ ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ । ଆକ୍ରମଣରେ ବସନ୍ତ ଚକ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ବସନ୍ତ ଚକ୍ରଙ୍କୁ ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଘଟଣା ପରେ ହସ୍ପିଟାଲରେ ପଂହଚି ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ଥାନା ଆଇଆଇସି ବି ପଂହଚି ତଦନ୍ତ କରିଥିଲେ । ଘଷିପୁରାରେ ବଦ୍ରି ପାତ୍ର ଓ ତାଙ୍କ ସମର୍ଥକ ଦୀର୍ଘଦିନ ଧରି ଗୁଣ୍ଡାରାଜ ଚଳାଇଛନ୍ତି । ପ୍ରଶ୍ନ ଉଠୁଛି, ଘଷିପୁରାରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ପୁଲିସ କାହିଁକି କିଛି କାର୍ଯ୍ୟାନୁଷ୍ଠାନ କରୁନାହିଁ । ଏହି ଆକ୍ରମଣ ଘଟଣାରେ ପୁଲିସ କାହିଁକି ନୀରବଦ୍ରଷ୍ଟା ସାଜିଛି । ଘଟଣାରେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବେ କି?

ପୁଲିସ ମହାନିର୍ଦ୍ଦେଶକ ବି କାର୍ଯ୍ୟାନୁଷ୍ଠାନ ନେବେ କି? ଘଷିପୁରାରେ ପାଲିସ ପକ୍ଷପାତିତା ଅଭିଯୋଗ ଆଣି ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଘଷିପୁରାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଧାରଣା ଦେଇଥିଲେ । ନିଜର ଶହ ଶହ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ ସୌମ୍ୟରଞ୍ଜନ । ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରରୋଚନା ଓ ଚାପରେ ପୁଲିସ ତାଙ୍କ ସମର୍ଥକଙ୍କୁ ଟାର୍ଗେଟ କରି ଗିରଫ କରୁଥିବାର ଅଭିଯୋଗ ଆଣିଥିଲେ ସୌମ୍ୟ । ମଙ୍ଗଳବାର ଦିନ ସୌମ୍ୟରଞ୍ଜନଙ୍କୁ ସମର୍ଥନ କରୁଥିବା ୮ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ପୁଲିସ ଏଭଳି କରିଥିବା କହିଛନ୍ତି ସୌମ୍ୟ ।