ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରିକ୍ ଚୁଲା, ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ ବ୍ୟବସ୍ଥା କରିବ ବିଏମସି । 

123

କନକ ବ୍ୟୁରୋ: ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ଉଠିଯିବ ଇଲେକ୍ଟ୍ରି ଚୁଲା । ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବ ଦାହ  ପାଇଁ ବ୍ୟବସ୍ଥା କରିବ ବିଏମସି । ଆଜି ଏନେଇ ସତ୍ୟନଗର ଶ୍ମଶାନ ଠାରେ ଭିତିପ୍ରସ୍ତର ସ୍ଥାପନ  ହୋଇଛି । ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନ ପୁନରୁଦ୍ଧାର ହେବା ନେଇ ଯୋଜନା କରିଛି ବିଏମସି । ଶ୍ମଶାନକୁ ଆସୁଥିବା ଲୋକେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆ ଯୋଜନା କରାଯାଇଛି । ଶ୍ମଶାନ ଭିତରେ ଅଧିକ ଗଛ ଲଗାଇବା, ପୋଖରୀ ଓ ସୌନ୍ଦର୍ଯ୍ୟକରଣ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି ବିଏମସି ।