ଓଡିଶା ଫେରିଲେ ଟନେଲରେ ଫଶିଥିବା ୫ ଓଡିଆ ଶ୍ରମିକ । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଲେ ଶ୍ରମମନ୍ତ୍ରୀ ।

180

କନକ ବ୍ୟୁରୋ: ଓଡିଶା ଫେରିଲେ ଉତ୍ତରକାଶୀ ଟନେଲରେ ଫଶିଥିବା ଓଡିଆ ଶ୍ରମିକ । ଭୁବନେଶ୍ୱର ବିମାନବନ୍ଦରରେ ୪ ଓଡିଆ ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ତେବେ ୪ଜଣ ଶ୍ରମିକ ଫେରିଥିବାବେଳେ ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ପରେ ନିଜ ଭାଇଙ୍କ ସହ ପରେ ଫେରିବେ ବୋଲି ସୂଚନା ରହିଛି ।

୫ ଶ୍ରମିକ ବିମାନ ବନ୍ଦରରୁ ଯିବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ନିଜ ନିଜ ଘରକୁ ବାହୁଡିବେ । ଉତ୍ତରକାଶୀ ଟନେଲରେ ୧୭ ଦିନ ଫଶି ରହିବା ପରେ ନୂଆ ଜୀବନ ପାଇ ଫେରିଛନ୍ତି ୪୧ ଶ୍ରମିକ ।