ମୋଦି ସରନେମ ମାନହାନି ମାମଲାରେ ସୁରଟ କୋର୍ଟଙ୍କ ଶୁଣାଣୀ: ଏପ୍ରିଲ ୨୦ରେ ଫଇସଲା ଶୁଣାଇବେ କୋର୍ଟ

1,106

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଉପରେ ଚାଲିଥିବା ମାନହାନି ମାମଲାରେ ଉପରେ ଗୁରୁବାର ଶୁଣାଣୀ କରିଛନ୍ତି ସୁରଟ କୋର୍ଟ । କୋର୍ଟ ପୂର୍ବରୁ ମାମଲାରେ ଦୋଷୀ ସାବ୍ୟସ୍ତ କରୀ ରାହୁଲଙ୍କ ଦୁଇବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ । ଏହା ବିରୋଧରେ ପିଟିସନ ଦାଖଲ କରିଥିଲେ ରାହୁଲ । ଆଜି କୋର୍ଟ ପିିଟିସନ ଉପରେ ଶୁଣାଣୀ କରି ଫଇସଲା ସୁରକ୍ଷିତ ରଖିଛନ୍ତି । ଏପ୍ରିଲ ୨୦ରେ କୋର୍ଟ ମାମଲା ଉପରେ ଫଇସଲା ଶୁଣାଇବେ । ଶୁଣାଣୀ ସମୟରେ କୋର୍ଟରେ ରାହୁଲଙ୍କ ଓକିଲ ଆର.ଏସ ଚୀମା ନିଜ ଯୁକ୍ତି ବାଢେଇଥିଲେ । ରାହୁଲଙ୍କ ଓକିଲ କହିଛନ୍ତି ମୋଦି ସରନେମ ଉପରେ ରାହୁଲ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ମାନହାନି ମାମଲା କରିବା ଉଚିତ ନୁହେଁ । । ମାମଲାରେ ଅଧିକ ଦଣ୍ଡ ଦେବା ଅନୁଚିତ । ସେପଟେ ଆବେଦନକାରୀ ପୂର୍ଣ୍ଣେନ୍ଦୁ ମୋଦୀ କହିଛନ୍ତି ଇଏ ପ୍ରଥମ ଘଟଣା ନୁହେଁ, କଂଗ୍ରେସର ଅନେକ ନେତା ଏଭଳି ବିବାଦୀୟ ବୟାନ ଦେଉଉନ୍ତିି । ମାର୍ଚ୍ଚ ୨୩ରେ ସୁରଟ କୋର୍ଟ ମାନହାନି ମାମଲାରେ ଶୁଣାଣୀ କରି ସୁରଟ କୋର୍ଟ ରାହୁଲଙ୍କୁ ଦୁଇବର୍ଷ ସଜା ଶୁଣାଇଥିଲେ । ଦଣ୍ଡ ଶୁଣାଣୀର କିଛି ଦିନ ମଧ୍ୟରେ ରାହୁଲଙ୍କୁ ଜାମିନ ମିଳିଥିଲା । ଦଣ୍ଡ ଶୁଣାଣୀର ଠିକ ପରେ ଲୋକସଭା ସଦସ୍ୟତା ହରାଇଥିଲେ ରାହୁଲ । ଏପରିକି ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ମଧ୍ୟ ମିଳିଛି । କୋର୍ଟଙ୍କ ଫଇସଲାକୁ ବିରୋଧ କରିି ରାହୁଲ ଦୁଇଟି ପିଟିସନ ଦାଖଲ କରିଥିଲେ ।