ସଫଳାତର ଆଉ ଏକ ସୋପାନରେ ସୂର୍ଯ୍ୟ ମିସନ୍ । ପୃଥିବୀର ଦ୍ୱିତୀୟ କକ୍ଷପଥକୁ ଗଲା ଆଦିତ୍ୟ ଏଲ-୧

202

କନକ ବ୍ୟୁରୋ : ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନକୁ ନେଇ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ ଏକ ଟ୍ୱିଟ୍ କରିଛି । ଶନିବାର ସୂର୍ଯ୍ୟ ଅଭିମୁଖ ବାହାରିଥିବା ଆଦିତ୍ୟ ଏଲ-୧ ସାଟେଲାଇଟ୍ ସଫଳତାର ସହ ପୃଥିବୀର ପ୍ରଥମ କକ୍ଷପଥକୁ ପ୍ରଦକ୍ଷିଣ କରିଥିଲା । ଏହାପରେ ଆଜି ତାକୁ ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରାଇଛି ଇସ୍ରୋ ।

ଦ୍ୱିତୀୟ କକ୍ଷପଥକୁ ଗଲା ଆଦିତ୍ୟ
ଶନିବାର ଲଂଚ୍ ହେବାର ୬୩ ମିନିଟ୍ ୨୦ ସେକେଣ୍ଡରେ ପୃଥିବୀ କକ୍ଷପଥରେ ପହଁଚିଥିଲା ଆଦିତ୍ୟ
୨୩୫ କିମି ଏକ୍ସ ୧୯,୫୦୦କିମି ଅଣ୍ଡାକାର କକ୍ଷପଥରେ ପୃଥିବୀ ଚାରିପଟେ ବୁଲିବା ଆରମ୍ଭ କରିଥିଲା
ରବିବାର ଏହାକୁ ପୃଥିବୀର ୨୪୫ କିମି ଏକ୍ସ ୨୨,୪୫୯କିମି ଅଣ୍ଡାକାର କକ୍ଷପଥରେ ଛଡ଼ାଯାଇଛି
ସେପ୍ଟେମ୍ବର ୫ ତାରିଖ ଦିନ ୩ଟାରେ ପୃଥିବୀର ତୃତୀୟ କକ୍ଷପଥରେ ଛଡ଼ା ଯିବାକୁ ଯୋଜନା

ସେପଟେ ସ୍ଲିପ ମୋଡ଼ରେ ରହିଛି ପ୍ରଜ୍ଞାନ ରୋଭର । ଶିବଶକ୍ତି ପଏଂଟଠାରୁ ୧୦୧.୪ ମିଟର ବାଟ ଅତିକ୍ରମ କରି ନିଜ କାମ ଶେଷ କରିଛି ରୋଭର । କିନ୍ତୁ ରୋଭରରେ ରହିଥିବା ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜ ରହିଛି । ତେଣୁ ସେପ୍ଟେମ୍ବର ୨୨ରେ ଯେତେବେଳେ ଚନ୍ଦ୍ରରେ ପରବର୍ତୀ ସୂର୍ଯ୍ୟେଦୟ ହେବ ସେତେବେଳେ ଏହା ପୁଣି କାମ କରିବ ବୋଲି ଆଶା ରଖିଛି ଇସ୍ରୋ । ତେବେ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନକୁ ଅବତରଣ କରାଇ ଇତିହାସ ରଚିଛି ଇସ୍ରୋ । କିନ୍ତୁ ଇସ୍ରୋର ସଫଳତା ପଛରେ ଏକ ଆଶା କରାଯାଉନଥିବା ରହସ୍ୟ ରହିଥିବା ଜଣାପଡିଛି । ଇସ୍ରୋର ଜଣେ ମିଶନ ବୈଜ୍ଞାନିକଙ୍କ କହିବା ଅନୁସାରେ ପ୍ରତିଦିନ ସଂଧ୍ୟା ୫ଟାରେ ଚନ୍ଦ୍ରଯାନ-୩ ମିସନ ପାଇଁ କାର୍ଯ୍ୟରତ ବୈଜ୍ଞାନିକ ଓ ଇଂଜିନିୟରମାନଙ୍କୁ ମାଗଣାରେ ମସଲା ଦୋସା ଓ ଫିଲଟର କଫି ଦିଆଯାଉଥିଲା । ଯାହା ସଦସ୍ୟମାନଙ୍କ ଭିତରେ ଅଧିକ ସମୟ କାମ କରିବା ପାଇଁ ଉତ୍ସାହ ଭରି ଦେଉଥିଲା ।

ବିଦେଶୀ ଏଜେନ୍ସି ଯେତେବେଳେ କୋଟି କୋଟି ଟଙ୍କାର ଦରମା ନେଇ ଚନ୍ଦ୍ର ଓ ସୂର୍ଯ୍ୟ ମିସନ ପାଇଁ କାମ କରୁଛନ୍ତି, ସେତିକିବେଳେ ଇସ୍ରୋର ବୈଜ୍ଞାନିକଙ୍କ କମ୍ ଦରମା ଓ କମ ଖର୍ଚ୍ଚରେ ସଫଳ ମିସନ୍ ଚର୍ଚ୍ଚାର ବିଷୟ ହୋଇଛି  । ଏଥିପାଇଁ ମଧ୍ୟ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।