ମତଦାନ ସହ ଜଡିତ ନୁହେଁ ବରଗଡ ହିଂସା । ପୂର୍ବ ଶତ୍ରୁତାରୁ ହେଇଛି ହତ୍ୟାକାଣ୍ଡ । ସୂଚନା ଦେଲେ ଜିଲ୍ଲା ନିର୍ବାଚନ ଅଧିକାରୀ ।

190

କନକ ବ୍ୟୁରୋ: ଠିକ୍ ନିର୍ବାଚନ ସମୟରେ ବରଗଡରେ ହତ୍ୟାକାଣ୍ଡ ଘଟିବା ପରେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ବରଗଜ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ । ତାଙ୍କ କହିବା ମୁତାବକ, ସରସରା ବୁଥ୍ ନମ୍ବର ୧୨୮ ଏବଂ ୧୨୯ ଠାରୁ ମାତ୍ର ୩ ଶହରୁ ୪ ଶହ ମିଟର ଦୂରରେ ଭୁଜାଲି ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି । ପୋଲିସ ଏହି ଘଟଣାରେ ପ୍ରାଥମିକ ତଦନ୍ତ କରିବା ପରେ ବ୍ୟକ୍ତିଗତ ଶତ୍ରୁତାରୁ ଏଙି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଉଭୟଙ୍କ ଭିତରେ ଝଗଡା ହେଇଥିଲା ଏହାପରେ ଅଭିଯୁକ୍ତ ଜଣକ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଜଣକ ଫେରାର୍ ହେଇଯାଇଥିଲେ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ହିଂସା ମତଦାନ ସହ ଜଡିତ ନୁହେଁ ବୋଲି କୁହାଯାଇଛି । ତତସହିତ ବର୍ତ୍ତମାନ ମତଦାନ କେନ୍ଦ୍ରରେ ଭୋଟ୍ ଚାଲିଛି ବୋଲି ମଧ୍ୟ ସୂଚନା ଦିଆଯାଇଛି ।