ଦିଲ୍ଲୀରେ ସୂର୍ଯ୍ୟ ସାଧୁଛି ଦାଉ । ୪୮ ଡିଗ୍ରୀ ଛୁଇଁଲା ତାପମାତ୍ରା । ଜାଣନ୍ତୁ ବଢୁଥିବା ତାପମାତ୍ରା ପଛରେ କ’ଣ ରହିଛି କାରଣ

99

କନକ ବ୍ୟୁରୋ : ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଛନ୍ତି । ଏହାରି ଭିତରେ ଦିଲ୍ଲୀର ତାପମାତ୍ରା ଆଜି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରବିବାର ଦିନ ଦିଲ୍ଲୀର ନଜଫଗଡରେ ତାପମାତ୍ରା ୪୭.୮ ଡିଗ୍ରୀ ଛୁଇଁଛି । ରବିବାର ଦିନ ସାରା ଭାରତରେ ନଜଫଗଡ ସବୁଠାରୁ ଉତପ୍ତ ସହର ଭାବେ ଚିହ୍ନଟ କରାଯାଇଛି ।

ଭାରତୀୟ ପାଣିପାଗର ବିଜ୍ଞାନର ବରିଷ୍ଠ ବୈଜ୍ଞାନିକ ସୋମ୍ ସେନ୍ ରାୟ କହିଛନ୍ତି କି, ରାଜସ୍ଥାନ, ପଞ୍ଜାବ, ହରିଆଣା ଓ ପାକିସ୍ତାନରେ ଶୁସ୍କ ବାୟୁ ପ୍ରବାହିତ ହେଉଛି । ଏହି ଶୁସ୍କବାୟୁ ଦିଲ୍ଲୀମୁହାଁ ହୋଇଥିବାରୁ ପୁରା ଦିଲ୍ଲୀର ତାପମାତ୍ରା ୪୫ ରୁ ୪୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଦିଲ୍ଲୀ ଏନସିଆରରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ବୃଦ୍ଧି ପାଇବ । ହେଲେ କେବେ ପାଗର ପରିବର୍ତ୍ତନ ହେବ ସେନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ।