କଲେଜରେ ରାଗିଂ ପାଇଁ ବିଷ ପିଇଦେଲେ ଛାତ୍ର । ପରିବାର ଲୋକ ଆଣିଲେ ସାଂଘାତିକ୍ ଅଭିଯୋଗ

382

କନକ ବ୍ୟୁରୋ : ଭଦ୍ରକ ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ରାଗିଂ ପରେ ଛାତ୍ର ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରଥମେ ତାଙ୍କୁ ତିହିଡି ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ତିହିଡି ବଜାରରେ ଥିବା ପୂର୍ଣ୍ଣଚନ୍ଦ୍ର ଆଇଟିଆଇ କଲେଜର ଛାତ୍ର ଆଶୁତୋଷ ମଲ୍ଲିକଙ୍କୁ ରାଗିଂ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର । ରାଗିଂ ପାଇଁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରଛନ୍ତି ।