ଯୁକ୍ତ ୨ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବନ୍ଧୁ ସାଜିଥିଲା ବିଶ୍ୱାସଘାତକ ,୫ ଜଣଙ୍କୁ ବାନ୍ଧିଲା ବ୍ରହ୍ମପୁର ପୁଲିସ ।

200

କନକବ୍ୟୁରୋ :ବ୍ରହ୍ମପୁରର ବୈଦନାଥପୁର ଥାନା ଅଂଚଳରେ ଘଟିଥିବା ଏହି ଘଟଣାରେ ବନ୍ଧୁ ଯେ କେତେ ବିଶ୍ୱାସଘାତକ ହୋଇପାରେ ତାହା ପ୍ରମାଣ କରିଛି । ଏତଲା ଅନୁଯାୟୀ ନାବାଳିକା ଜଣଙ୍କ ତାଙ୍କ ବାପାଙ୍କୁ କୁଆଡେ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ଏହି ସମୟରେ ଖରାରେ ଏତେ ସମୟ କାହିଁକି ଅପେକ୍ଷା କରିବ କହି ପୁରୁଷ ବନ୍ଧୁ ଜଣଙ୍କୁ ନାବାଳିକାଙ୍କୁ ତାଙ୍କ ରୁମକୁ ନେଇ ଯାଇଥିଲେ । ଆଉ ଘରେ କୋଲ୍ଡ ଡ୍ରିଙ୍କସରେ ନିଶାଦ୍ରବ୍ୟ ମିଶାଇ ପିଆଇବା ପରେ ଦୁଷ୍କର୍ମ କରିଥିଲେ । ଏଥିରେ ଆହୁରି କିଛି ସାଙ୍ଗ ସହଯୋଗ କରିଥିବା ଅଭିଯୋଗ ରହିଛି । ପୋଲିସ ଏବେ ୫ ଜଣଙ୍କୁ ଗିରଫ କରିଛି । ଆଉ କିଛି ଫେରାର ଅଛନ୍ତି ।

ଗତ ୩ ତାରିଖରେ ଏହି ଘଟଣା ଘଟିଥିଲା । ପୀଡିତା ଛାତ୍ରୀ ଜଣଙ୍କ ଏକ ଘରୋଇ ସ୍କୁଲର ପଢନ୍ତି । ପରିବାର ଲୋକେ ଘରେ ଅଛନ୍ତି କହି ଅଭିଯୁକ୍ତ ଜଣଙ୍କ ଡାକି ନେଇଥିଲା । କିନ୍ତୁ ଘରେ ପହଂଚିବା ପରେ ନାବାଳିକା ଜଣଙ୍କ ଜାଣିବାକୁ ପାଇଥିଲେ ଘରେ କେହି ପରିବାର ସଦସ୍ୟ ନାହାନ୍ତି । କିନ୍ତୁ ଖୁବଶୀଘ୍ର ଆସିିଯିବେ ବୋଲି କହି ଅଭିଯୁକ୍ତ କୋଲ୍ଡ ଡ୍ରିଙ୍କସ ଦେଇଥିଲେ । ଯେଉଁଥିରେ ନିଜ ଉଦ୍ଦେଶ୍ୟ ପୂରଣ କରିବାକୁ ଯାଇ ନିଶାଦ୍ରବ୍ୟ ମିଶଯାଇଥିବା ଅଭିଯୋଗ ରହିଛି ।

କେହି ନଥିବା ବେଳେ ପୁରୁଷ ବନ୍ଧୁ ଅନ୍ୟ ସାଙ୍ଗମାନଙ୍କୁ ଡାକି ଏପରି ଏକ କୁତ୍ସିତ କାରନାମା କରିଛି । କୋଲଡ୍ରିଙ୍କସ୍ ପିଇବା ପରେ ଅଚେତ ହୋଇଯାଇଥିଲେ ନାବାଳିକା ଜଣଙ୍କ । ପରେ ନିଜ ପୁରୁଷ ବନ୍ଧୁର ଅନ୍ୟ ବନ୍ଧୁ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି । ଛାତ୍ରୀଙ୍କ ଚେତା ଫେରିବା ପରେ ସେ ଘରକୁ ଫେରି ଏସର୍ମ୍ପକରେ ଜଣାଇଥିଲେ । ଏହାପରେ ବୈଦନାଥପୁର ଥାନାରେ ଏତଲା ଦେଇଥିଲେ ।