୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ବି ସୁରକ୍ଷିତ ହରିଆଣା ସରକାର । ରାଷ୍ଟ୍ରପତି ଶାସନ ଦାବି କଲା କଂଗ୍ରେସ

222

କନକ ବ୍ୟୁରୋ : ହରିଆଣାରେ ଘଡିକେ ଘୋଡା ଛୁଟୁଛି । ଗତକାଲି ଯାହା ସମର୍ଥନରେ ବିଜେପି ସରକାର ଗଠନ କରିଥିଲା ଆଜି ସେମାନଙ୍କ ପାଇଁ ପୁଣି ହରଡଘଣାରେ ପଡିଛି । ଦେଶରେ ଲୋକସଭା ନିର୍ବାଚନ ଚାଲିଥିବାବେଳେ ହରିୟାଣାରେ ବିଜେପି ସରକାରକୁ ଶକ୍ତ ଝଟକା ଲାଗିଛି । ରାଜ୍ୟର ନାଏବ ସିଂ ସୈନି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ନିର୍ଦ୍ଦଳୀୟ ବିଧାୟକ । ଏଭଳି ସ୍ଥିିତିରେ କଂଗ୍ରେସ ରାଷ୍ଟ୍ରପତି ଶାସନ ଲାଗୁ କିମ୍ବା ନିର୍ବାଚନ କରିବାକୁ ଦାବି କରିଛି । ଏବେ ଆସନ୍ତୁ ଦେଖିବା ହରିୟାଣା ବିଧାନସଭାର ସ୍ଥିତି କଣ ।
ସଙ୍କଟରେ ‘ହରିଆଣା ସୈନି’ ସରକାର
ମୋଟ ଆସନ: ୯୦
ବର୍ତ୍ତମାନ ସଦସ୍ୟ: ୮୮
ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ: ୪୫

ବିଜେପି+
ବିଜେପି: ୪୦
ସ୍ୱାଧୀନ ଓ ଅନ୍ୟାନ୍ୟ:୨

କଂଗ୍ରେସ+
କଂଗ୍ରେସ: ୩୦
ନିର୍ଦ୍ଦଳୀୟ:୪
ଜେଜେପି:୧୦
ଅନ୍ୟ:୨

ମଙ୍ଗଳବାର ସ୍ୱାଧୀନ ବିଧାୟକ ରଣଧୀର ଗୋଲନ, ଧର୍ମପାଳ ଗୋନ୍ଦର, ସୋମବରୀ ସାଙ୍ଗୱାନ ସମର୍ଥନ ପ୍ରତ୍ୟାହାର କରିଥିଲୋ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ହରିଆଣା ବିଜେପି ସରକାର ଉପରେ ସଙ୍କଟ ଦେଖା ଦେଇଥିଲା । ବିଜେପି-ଜେଜେପି ମେଂଟ ଭାଙ୍ଗିବା ପରେ ବିଜେପି ସ୍ୱାଧୀନ ବିିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା । କିନ୍ତୁ ୩ ସ୍ୱାଧୀନ ବିଧାୟକ ସମର୍ଥନ ଫେରାଇନେବା ପରେ ଅକଲ ଗୁଡମ ହୋଇଛି । ସେପଟେ କଂଗ୍ରେସ ସ୍ୱାଧୀନ ବିଧାୟକଙ୍କୁ ସମର୍ଥନ ଜଣାଇବା ପରେ ବିଜେପିର ସମସ୍ୟା ଦ୍ୱିଗୁଣ ହେବାରେ ଲାଗିଛି ।

ଏତେ ବଡ ହଲଚଲ ଭିତରେ ସୈନି ସରକାରଙ୍କ ଉପରେ ବିପଦ ନାହିଁ । ନିୟମ କହୁଛି ଅନାସ୍ଥା ପ୍ରସ୍ତାବର ୬ମାସ ମଧ୍ୟରେ ବିରୋଧୀ ଅନାସ୍ଥା ଆଉଥରେ ପ୍ରସ୍ତାବ ଆଣିପାରିବେ ନାହିଁ । ତେଣୁ ସୈନି ସରକାର ଅଳ୍ପମତରେ ଥିଲେ ବି ବଡ ଦଳ ଭାବେ ରହିବ । ୧୨ ମାର୍ଚରେ ହିଁ ହରିୟଣାରେ ମୁଖ୍ୟମନ୍ତ୍ରୀ ପରିବର୍ତନ କରିଥିଲା ବିଜେପି । ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ନାଏବ ସିଂ ସୈନି ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୩ ମାର୍ଚରେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ବିଧାନସଭାରେ ଏହି ପ୍ରସ୍ତାବ କାଟ ଖାଇଥିଲା