ସମୂହ ଛୁଟି ନେଇଗଲେ ଏୟାରଇଣ୍ଡିଆର କର୍ମଚାରୀ । ୮୦ ରୁ ଅଧିକ ବିମାନ ବାତିଲ, ଜାଣନ୍ତୁ କାରଣ

249

କନକ ବ୍ୟୁରୋ : ମଙ୍ଗଳବାର ଅପରାହ୍ନରୁ ଏୟାରଇଣ୍ଡିଆରେ ଦେଖାଦେଇଛି ଅଚଳାବସ୍ଥା । ମ୍ୟାନେଜମେଂଟକୁ ହଠାତ ଆସେ ଏକାଧିକ କ୍ରିୟୁ ସଦସ୍ୟଙ୍କ ଫୋନ,ମେସେଜେ ଓ ଇମେଲ । ଅସୁସ୍ଥତା ଦର୍ଶାଇ ଛୁଟିରେ ଚାଲି ଯାଆନ୍ତି ୩ଶହରୁ ଅଧିକ କ୍ୟାବିନ କ୍ର୍ରିୟୁ ତାପରର ସ୍ଥିତି କିଛି ଏଭଳି ରହିଛି…….ମାଳ ମାଳ ଯାତ୍ରୀ ଦୀର୍ଘଘଂଟା ଧରି ବିମାନ ଅପେକ୍ଷାରେ ବସି ରହିଛନ୍ତି । ଆସନ୍ତୁ ଜାଣିବା ଏୟାରଇଣ୍ଡିଆ କନ୍ଦଳର ମୁଖ୍ୟ କାରଣ କ’ଣ —-

ଉଡ଼ାଣରେ ‘ବିବାଦ’ର ସଙ୍କଟ
-ବ୍ୟବସାୟକୁ ବୃଦ୍ଧି କରିବାକୁ ନୂଆ ପରିବର୍ତ୍ତନ କରିବାକୁ ଚାହୁଁଛି ଟାଟା ଗ୍ରୁପ୍
-ଏୟାରଇଣ୍ଡିଆ ସହ ଭିସ୍ତାରା ଓ ଏୟାର ଏସିଆକୁ ସମିଶ୍ରଣ କରିବ ନୂଆ ଏୟାରଲାଇନ୍ସ ଗ୍ରୁପ ଗଠନ କରିବାକୁ ଚାହୁଁଛି
-ଏୟାରଇଣ୍ଡିଆ ଏକ୍ସପ୍ରେସ ସଦସ୍ୟ ଏହାକୁ ବିରୋଧ କରୁଛନ୍ତି
-ଛୋଟିଆ ପଦ, କମ ସୁବିଧା ଓ ଅଳ୍ପ ଦରମାକୁ ନେଇ ପାତରଅନ୍ତର ଅଭିଯୋଗ
-ଏୟାରଇଣ୍ଡିଆ ଏକ୍ସପ୍ରେସକୁ ଡୋମେଷ୍ଟିକ ଏୟାରଲାଇନ୍ସରେ ସୀମିତ ରଖିବାକୁ ଚାହୁଁଛି ଟାଟା ଗ୍ରୁପ୍
-ଭିସ୍ତାରା ଓ ଏୟାରଇଣ୍ଡିଆକୁ ସମିଶ୍ରଣ କରି ଇଂଟରନ୍ୟାଶଲ ଏୟାରଲାଇନ୍ସରେ ଶ୍ରେଣୀରେ ରଖିବାକୁ ଯୋଜନା
-ନୂଆ ସର୍ତକୁ ନେଇ କର୍ମଚାରୀ ନାରାଜ । ମ୍ୟାନେଜମେଂଟ ନିଷ୍ପତିକୁ ପରିବର୍ତନକୁ ବିରୋଧ ।

ଉଡ଼ାଣ ଠପ ହେବା ପରେ ବିମାନଯାତ୍ରୀ ନାହିଁନଥିବା ସମସ୍ୟା ଦେଇ ଗତି କରୁଛନ୍ତି । ଅଧିକାଂଶ ବିମାନ ରଦ୍ଦ ଓ ବିଳମ୍ବରେ ଉଡାଣ ଭରିଛି । କେବଳ ଡୋମେଷ୍ଟିକ ନୁହେଁ ଇଂଟରନ୍ୟାଶନାଲ ବିମାନଯାତ୍ରୀ ଅସନ୍ତୋଷ ଜାହିର କରିଛନ୍ତି । ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ।

ଏକାସହ ଏତେ ସଂଖ୍ୟକ କ୍ରିୟୁ ସଦସ୍ୟ ଛୁଟିରେ ଯିବା ଏୟାରଲାଇସେନ୍ସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଭିସ୍ତାରର ସଦସ୍ୟ ପୂର୍ବରୁ ମଧ୍ୟ ଟାଟାଗ୍ରୁପ ବିରୋଧରେ ଅଭିଯୋଗ ଆଣିବା ସହ ଉଡାଣ ବାଧାପ୍ରାପ୍ତ ହୋଇଥିଲା । ପୂର୍ବରୁ ବିମାନସେବାରେ ଏକାଧିକାବାର ବାଧାବିଘ୍ନ ଚାଲିଛି । ନିକଟରେ ଭିସ୍ତାରା ଏୟାରଲାଇନ୍ସରେ ସଦସ୍ୟ ହଡତାଲକୁ ଆସିଥିଲେ ଓ କିଛି ଦିନ ଧରି ସସମ୍ୟା ଦେଖାଯିବା ପରେ ସ୍ଥିତିରେ ସୁଧାର ଆସିଥିଲା ।