ଓଭରସିଜ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ ପିଟ୍ରୋଡା, ନିଜ ଏକ୍ସରେ ଇସ୍ତଫା ନେଇ ସୂଚନା ଦେଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ

232

କନକ ବ୍ୟୁରୋ: ନିଜର ବିବାଦୀୟ ବୟାନ ପାଇଁ ସାମ ପିଟ୍ରୋଡା ବୁଧବାର ଦିନ ଭାରତୀୟ ଓଭରସିଜ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା  ଏକ୍ସରେ ଦେଇଛନ୍ତି ଜୟରାମ ରମେଶ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେ ଇସ୍ତଫା ଦେଇଛନ୍ତି । ସକାଳେ ସେ ସିଧା ସଳଖ ବୟାନ ଦେବା ପରେ ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଏହି ବୟାନ ଦେଶକୁ ଅପମାନ କରିଛି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଆଜି ବହୁତ ରାଗରେ ଅଛି । ରାହୁଲଙ୍କ ଗାନ୍ଧୀଙ୍କୁ ପରୋକ୍ଷରେ ସେହଜାଦେ ବୋଲି କହିବା ସହ ଶେହଜାଦେଙ୍କ ଅଙ୍କଲ ଯେଉଁ ଭାଷାର ପ୍ରୟୋଗ କରିଛନ୍ତି, ସେଥିପାଇଁ ସେ ରାଗରେ ଅଛନ୍ତି ବୋଲି ମୋଦୀ କହିଛନ୍ତି । ଏଥିସହ କଳା ରଙ୍ଗର ଚର୍ମ ଥିବା ଲୋକ କଣ, ଆଫ୍ରିକାର ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏଭଳି ଲୋକ ଆମ ଦେଶରେ ଚର୍ମର ରଙ୍ଗରେ ଗାଳି ଦେଉଛନ୍ତି । ହେଲେ ଚର୍ମର କୌଣସି ବହି ରଙ୍ଗ ନାହିଁ । ବରଂ ଆମେ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରୁ ବୋଲି ମୋଦୀ କହିଛନ୍ତି । ଏହା ପୂର୍ବରୁ ସାମ ପେଟ୍ରୋଡାଙ୍କ ଉତ୍ତରାଧିକାରୀ ଟ୍ୟାକ୍ସ ବୟାନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହେଇଥିଲା । ଆମେରିକାର ଉଦାହରଣ ଦେଇ ଏହି ଟ୍ୟାକ୍ସ କଥା ଉଠାଇଥିଲେ ପେଟ୍ରୋଡା ।