ମାଲକାନାଗିରି ପରେ କୋରାପୁଟରେ ଅଜଣା ରୋଗରେ ଆତଙ୍କ : ସପ୍ତାହ ମଧ୍ୟରେ ଗଲାଣି ୩ ଜଣକ ଜୀବନ

96

କନକ ବ୍ୟୁରୋ : ଅଜଣା ରୋଗରେ ସପ୍ତାହକ ମଧ୍ୟରେ ଗଲାଣି ୩ ଜଣଙ୍କ ଜୀବନ । କୋରାପୁଟ ବୈପାରୀଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତର କାଣ୍ଡିକିଗୁଡା ଗାଁରେ ଅଜଣା ରୋଗ ଆତଙ୍କ ଦେଖିବାକୁ ମିଳିଛି । ରୋଗର କାରଣ ଏଯାଏଁ ଜଣାପଡିନାହିଁ । ଗ୍ରାମବାସୀଙ୍କ କହିବାନୁଯାୟୀ, ରୋଗୀର ଗୋଡ, ହାତ ଏବଂ ମୁହଁ ଫୁଲଯିବା ସହ ସେ ଦୁର୍ବଳ ଅନୁଭବ କରି ଶର୍ଯ୍ୟାଶାୟୀ ହୋଇପଡୁଛି । ଏହି ଅଜଣା ରୋଗରେ ଆକ୍ରାନ୍ତ ହେବାର ୧୫ ରୁ ୨୦ ଦିନ ମଧ୍ୟରେ ରୋଗୀଟିର ମୃତ୍ୟୁ ହୋଇଯାଇଛି । ସେପଟେ ରାମଗିରିରୁ ଏକ ମେଡିକାଲ ଟିମ୍ କାଣ୍ଡିକିଗୁଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ।