ଅମ୍ପାୟାରର୍ସଙ୍କ ସହ ଯୁକ୍ତି ପଢ଼ିଲା ଭାରି । ରାଜସ୍ଥାନ କ୍ୟାପଟେନଙ୍କ କଟିଲା ୩୦ ପ୍ରତିଶତ ମ୍ୟାଚ ଫି’

157

କନକ ବ୍ୟୁରୋ : ଅମ୍ପୟାର୍ସଙ୍କ ସହ ଯୁକ୍ତିତର୍କ ପଡିଲା ମହଙ୍ଗା, କଟିଲା ସଞ୍ଜୁ ସାମସନଙ୍କ ମ୍ୟାଚ ଫି । ମଙ୍ଗଳବାର ଆଇପିଏଲର ୫୬ତମ ମ୍ୟାଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମ୍ୟାଚର ଦ୍ୱିତୀୟ ଇନିଂସରେ ବିବାଦୀୟ ୱିକେଟକୁ ନେଇ ସଂଜୁ ସାମସନ ଫିଲ୍ଡ ଅମ୍ପୟାରଙ୍କ ଯୁକ୍ତି କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ୮୬ ରନର ଇଂନିସ ଖେଳି ସଂଜୁ ପଡିଆରେ ବ୍ୟାଟି କରୁଥିବା ବେଳେ ୧୬ତମ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ମୁକେଶ କୁମାରଙ୍କ ବଲରେ ଲଙ୍ଗ୍ ଅନରେ ଏକ ସଟ୍ ମାରିଥିଲେ । ବାଉଣ୍ଡରୀରେ ଥିବା ସାଇ ହୋପ୍ ଏହି କ୍ୟାଚକୁ ଧରିଥିବା ବେଳେ ତାଙ୍କ ପାଦ ବାଉଣ୍ଡରୀ ଛୁଇଁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ଯାଂଚ କରିବା ସହ ଆଉଟ ଦେଇଥିଲେ ଥାର୍ଡ ଅମ୍ପାୟାର । ତେବେ ଏହାକୁ ନେଇ ସଂଜୁ ସାମସନ ଫିଲ୍ଡ ଅମ୍ପାୟାରଙ୍କ ସହ ଯୁକ୍ତି କରିବା ସହ ରିଭିୟୁ ଆବେଦନ କରିଥିଲେ ମଧ୍ୟ ଏହାକୁ ଆଗ୍ରାହ୍ୟ କରିଦିଆଯାଇଥିଲା । କେବଳ ପଡିଆ ମଧ୍ୟରେ ନୁହେଁ ପ୍ୟାଭିଲିୟନରେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ରାଜସ୍ଥାନ ରୟାଲ୍ସର ମେଂଟର କୁମାର ସାଙ୍ଗାକାରା ଅମ୍ପାୟାରଙ୍କ ନିଷ୍ପତିକୁ ନେଇ ବିରକ୍ତି ପ୍ରକାଶ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ କିନ୍ତୁ ଏହାକୁ ଆଉଟର ସଙ୍କେତ ଦେଇଥିଲେ । ଶେଷରେ ସଂଜୁ ସାମସନ ପ୍ୟାଭିଲିୟନକୁ ଫେରିଥିଲେ, ଏପଟେ ଏଭଳି ଆଚରଣ ପାଇଁ ବିସିସିଆଇ ସଂଜୁ ସାମସନଙ୍କ ୩୦ପ୍ରତିଶଥ ମ୍ୟାଚ ଫି କାଟିଥିବା ଜଣାପଡିଛି ।