ପୁଂଚ ଆତଙ୍କୀ ଆକ୍ରମଣର ୩ ଆତଙ୍କୀଙ୍କ ଫଟୋର ଜାରି । ଜଣେ ଆତଙ୍କୀ ପାକ ସେନାର ପୂର୍ବତନ କମାଣ୍ଡର

116

କନକ ବ୍ୟୁରୋ : ଜମ୍ମୁ ପୁଂଚ ସେକ୍ଟରରେ ବାୟୁସେନା ଗାଡି ଉପରେ ଆକ୍ରମଣ ଘଟଣାରେ ଦୁଇ ଆତଙ୍କୀଙ୍କ ସ୍କେଚ ଜାରି କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ଆତଙ୍କୀ ପାକିସ୍ତାନ ସେନାର ପୂର୍ବତନ କମାଣ୍ଡର ବୋଲି ଜଣାପଡିଛି । ନିକଟରେ ଭାରତୀୟ ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ସ୍କେଚ୍ ଲଗାଯାଇଥିବା ବେଳେ ଏମାନଙ୍କ ଠିକଣା ଜଣାଇଲେ ୨୦ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି । ଏହି ଘଟଣାରେ କିଛି ଜଣ ସନ୍ଦିଗ୍ଧଙ୍କୁ ମଧ୍ୟ ହେପାଜତକୁ ନେଇ ପଚରାଉଚରା କରାଯାଉଥିବା ଜଣାପଡିଛି । ଗତ ଶନିବାର ସଂଧ୍ୟା ସମୟରେ ଏହି ବାଟ ଦେଇ ଯାଉଥିବା ସମୟରେ ବାୟୁସେନାର ଗାଡି ଉପରେ ଆତଙ୍କୀ ହମଲା କରାଯାଇଥିଲା । ଏହି ଆକ୍ରମଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୪ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଆକ୍ରମଣ ପରେ ୨୦କିଲୋମିଟର ପରିଧି ଅଂଚଳକୁ ଘେରାବନ୍ଦୀ କରି ତଲାସ ଅଭିଯାନ ଜାରି ରଖିଛି ବାୟୁସେନା