ମୋଦୀଙ୍କ ‘ମନକି ବାତ୍ କନକ୍ଲେଭ୍’ରେ ନିମନ୍ତ୍ରିତ ଅତିଥିଙ୍କ ପ୍ରସବ ଯନ୍ତ୍ରଣା । ପୁତ୍ର ସନ୍ତାକୁ ଜନ୍ମଦେଲେ

321

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱତନ୍ତ୍ର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍@୧୦୦’ ପାଳନ ଅବସରରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କନକ୍ଲେଭ୍ । ଏଥିରେ ୧୦୦ ଜଣ ସ୍ୱତନ୍ତ୍ର ଅତିଥିଙ୍କ ମଧ୍ୟରେ ନିମନ୍ତ୍ରିତ ହୋଇଥିଲେ ପୁନମ୍ ଦେବୀ । ଯିଏକି ୯ ମାସର ଗର୍ଭବତୀ ଥିଲେ । ହେଲେ ଆଶ୍ଚର୍ଯ୍ୟକର କଥା ହେଉଛି ଦିଲ୍ଲୀରେ ଉପରାଷ୍ଟ୍ରପତି ,ସମସ୍ତ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଏହି କନକ୍ଲେଭ ଚାଲିଥିବାବେଳେ ପୁନମଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେଠାରୁ ତାଙ୍କୁ ତୁରନ୍ତ ରାମ ମନୋହର ଲୋହିୟା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେ ଏକ ସୁସ୍ଥ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

 

ପୁନମ ଦେବୀ ମୋଦୀଙ୍କ ‘ମନ କି ବାତ୍ “୧୦୦ କନକ୍ଲେଭ୍’ ରେ ୧୦୦ ଜଣ ବିଶେଷ ଅତିଥିଙ୍କ ମଧ୍ୟରେ ଜଣେ ଥିଲେ । ପୂର୍ବରୁ ଏକ ‘ମନ କି ବାତ୍’ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶ ଲଖିମପୁର ବାସିନ୍ଦା ପୁନମ ଦେବୀଙ୍କ କଥା ଦେଶବାସୀଙ୍କୁ କହିଥିଲେ । ପୁନମ୍ ଦେବୀ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ପରିଚାଳିକା । ସେ ଜୈବିକ ପଦାର୍ଥକୁ ବିନିଯୋଗ କରି ବିଭିନ୍ନ ଘରକରଣା ପ୍ରସ୍ତୁତ କରି ଲୋକଲୋଚନକୁ ଆସିଥିଲେ । କଦଳୀ ଚେପା ଓ କଦଳୀ ଗଛର ବିଭିନ୍ନ ଅଂଶକୁ ନେଇ ବିଭିନ୍ନ ଘର କରଣା ସାମଗ୍ରୀ ପ୍ରସ୍ତୁତ କରିବା ସହ ମହିଳାଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ଏପରି ଭାବେ ସେ ଅନେକ ମହିଳାଙ୍କ ସ୍ୱାବଲମ୍ବୀ କରିପାରିଛନ୍ତି ।