ଭୋଟ ଦେବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି । କହିଲେ, ଏଥର ଓଡିଶାରେ ବିଜେପି ସରକାର ହେବ’ ।

533

କନକ ବ୍ୟୁରୋ: ମତଦାନ ପୂର୍ବରୁ ମା’ ସମଲେଇଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ ,ମୋ ସୌଭାଗ୍ୟ ଅ।।ଜି ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନରେ ନିଜେ ଗୋଟିଏ ପକ୍ଷ ହୋଇଛି । ନିଜର ମତଦାନ ପୂର୍ବରୁ ମା’ ସମଲେଇଙ୍କ ଆଶୀର୍ବାଦ ଲୋକକଲ୍ୟାଣକାରୀ ହେବ । ଦେଶକୁ ଏକ ଶକ୍ତିଶାଳୀ ଦେଶ ଏବଂ ଓଡିଶାକୁ ଦେଶରେ ଏକ ନମ୍ବର ରାଜ୍ୟ କରିବାକୁ ମୋଦୀଙ୍କର ଆହ୍ୱାନକୁ ଓଡିଶାବାସୀ ଆଶୀର୍ବାଦ କରିବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର କହିଛନ୍ତି, ‘ବିଜେପି ସରକାର ଦିଲ୍ଲୀରେ ହେବ , ବିଜେପି ସରକାର ଓଡିଶାରେ ବି ହେବ ଯାହା ଲୋକଙ୍କର କଲ୍ୟାଣକାରୀ ହେବ । ଗରିବଙ୍କର ବିକାଶ ହେବ, ଯୁବକ, ମହିଳା, କୃଷକ, ବଞ୍ଚିତ ବର୍ଗର ଲୋକେ ଆହୁରି ଭଲରେ ରହିବେ । ଏହା ଆମର ଏଲକ୍ଷ୍ୟ । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ପାଇ ଆମେ କାମ କରିବୁ । ଏଥର ସମ୍ବଲପୁର ଲୋକସଭାରେ ବିଜେପିର ବିଜୟ ହେବ । ତେଣୁ ଭୋଟରଙ୍କୁ ଅନୁରୋଧ , ନିର୍ଘଣ୍ଟସମୟରେ ଆସି ଭୋଟ ଦେଇ ନିଜ ମତଦାନ ଅଧିକାର ସାବ୍ୟସ୍ତ କରି ଲୋକତନ୍ତ୍ରକୁ ମଜବୁତ କରନ୍ତୁ । ୫ ବର୍ଷରେ ଏ ପବିତ୍ର ସୁଯୋଗ ଆସିଛି । ଏହା ମାଧ୍ୟମରେ ରାଜ୍ୟ ଓ ଦେଶରେ ବହୁତ ବଡ ବଡ ପରିବର୍ତ୍ତନ ହେବ । ଦେଶର ସମ୍ପନ୍ନତା, ପ୍ରଗତିର ମାଧ୍ୟମ ଏହି ଭୋଟ ହୋଇଥିବାରୁ ବିପୁଳ ମାତ୍ରାରେ ଭୋଟ ଦେବାକୁ ଲୋକଙ୍କୁ ଅପିଲ କଲେ ଧର୍ମେନ୍ଦ୍ର ।