ଲମ୍ବା ଧାଡିରେ ଛିଡା ହୋଇ ଭୋଟ ଦେଲେ ଅପରାଜିତା । କହିଲେ, ଅଧିକରୁ ଅଧିକ ଲୋକ ଭୋଟ ଦେବାକୁ ଆସୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୁଭ ସଂକେତ ।

241

କନକ ବ୍ୟୁରୋ : ଭୁବନେଶ୍ୱରରେ ଭୋଟ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ନୟାପଲ୍ଲୀ ଏନ-୧ ୟୁପି ସ୍କୁଲର ୧୧୮ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ଅପରାଜିତା । ଲମ୍ବା ଲାଇନରେ ଛିଡା ହୋଇ ଅପରାଜିତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଅପରାଜିତାଙ୍କ ସହ ବୁଥରେ ବିଜେପି ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଉପସ୍ଥିତ ରହିଛନ୍ତି ।

ଭୋଟ ଦେବା ପୂର୍ବରୁ ଅପରାଜିତା କହିଛନ୍ତି, ଭୋଟ ଦେବାକୁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ରହିଛି । ଲମ୍ବା ଧାଡିରେ ଛିଡା ହୋଇ ଲୋକେ ଭୋଟ ଦେଉଛନ୍ତି । ଲୋକଙ୍କ ସେବା କରିବାର ଅଛି, ଯିଏ ସେବକ ସିଏ ଭିଆଇପି ସଂସ୍କୃତିରେ ବିଶ୍ୱାସ କରେ ନାହିଁ । ବହୁତ ଲୋକ ଭୋଟ ଦେବାକୁ ଆସୁଛନ୍ତି, ଗଣତନ୍ତ୍ର ପାଇଁ ଏହା ଭଲ ସଂକେତ । ଭୁବନେଶ୍ୱରରେ ଭୋଟ ପ୍ରତିଶତ ବୃଦ୍ଧି କରିବାକୁ ରାଜଧାନୀବାସୀଙ୍କୁ ଅପରାଜିତା ଅପିଲ କରିଛନ୍ତି । ଏହାସହ ଅପରାଜିତା କହିଛନ୍ତି, ଗତ ୫ ବର୍ଷ ହେବ ବିଭିନ୍ନ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ଭୋଟ ଦେବାକୁ କହିଥିଲି । ଯାହାର ପ୍ରଭାବ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ଅପରାଜିତା ।