କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି: ଏଣିକି ସମସ୍ତ ଆକସ୍ମିକ ମୃତ୍ୟୁ ପାଇଁ ତୁରନ୍ତ ଦିଆଯିବ ୮ ଲକ୍ଷ ଟଙ୍କାର କ୍ଷତିପୂରଣ, ଅଧିକ ଜାଣିବା ପାଇଁ ପଢନ୍ତୁ ଏହି ଖବର
ଲୋକସଭା ନିର୍ବାଚନ ପୂର୍ବରୁ ଦୁର୍ଘଟଣା କାରଣରୁ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ମାମଲାରେ ସଂଚାର ମନ୍ତ୍ରୀ ତରଫରୁ ଏକ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଛି । ଯାହାକୁ ମଂଜୁରୀ ପାଇଁ ଆଇନ ମନ୍ତ୍ରାଳୟ ନିକଟକୁ ପଠାଯାଇଛି । ତେବେ ଏହି ପ୍ରସ୍ତାବ ଉପରେ ବାକି ମନ୍ତ୍ରାଳୟଙ୍କଠାରୁ ବି ରାୟ ନିଆଯାଇଛି । ଦେଶରେ ପ୍ରତିବର୍ଷ ସାଢେ ୪ ଲକ୍ଷ ଲୋକଙ୍କର ମୃତ୍ୟୁ ଦୁର୍ଘଟଣା କାରଣରୁ ଘଟୁଛି । ଏଥିମଧ୍ୟରୁ ପାଖାପାଖି ଦେଢ ଲକ୍ଷ ଲୋକଙ୍କର ମୃତ୍ୟୁ ସଡକ ଦୁର୍ଘଟଣା କାରଣରୁ ହିଁ ହେଉଛି । ତେବେ ସଡକ ଦୁର୍ଘଟଣାର ଅଧିକାଂଶ ମାମଲା ବୀମା ପରିସରର୍ଭୁକ୍ତ ହୋଇଥିବା ବେଳେ, ବାକି ୩ ଲକ୍ଷ ମାମଲାରେ ମୃତକ ପରିବାର ଲୋକଙ୍କୁ କୌଣସି ବି ସହାୟତା ରାଶି ମିଳିନଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ରେଳ ଏବଂ ସଡକ ଦୁର୍ଘଟଣାରେ ମିଳିଥାଏ କ୍ଷତିପୂରଣ
ସରକାର ଏବେ ଆକସ୍ମିକ ମୃତ୍ୟୁର ସମସ୍ତ ଦୁର୍ଘଟଣାକୁ ଏହି ପରିସରରେ ଅନ୍ତର୍ଭୁକ୍ତ କରିବେ । ଏଠାରେ ଆମେ କହି ରଖୁଛୁ କି, ଉଭୟ ରେଳ ଏବଂ ସଡକ ଦୁର୍ଘଟଣାରେ ସହାୟତା ରାଶି ଦେବାର ନିୟମ ରହିଛି । କିନ୍ତୁ ଅନ୍ୟ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ପାଇଁ ଏଭଳି କୌଣସି ନିୟମ କରାଯାଇନାହିଁ । ତେଣୁ ଏଭଳି ପରିସ୍ଥିତିରେ ସରକାରଙ୍କ ତରଫରୁ କୌଣସି ସହାୟତା ରାଶି ମିଳିନଥାଏ । ଏବଂ ଯଦି ବି ମିଳେ ତେବେ କେତେ ଦିଆଯିବ ତାର କୌଣସି ଠିକ୍ ଠିକଣା ନଥାଏ ।
ପ୍ରାକୃତିକ ଦୁର୍ବିପାକ କାରଣରୁ ହୋଇଥିବା ମୃତ୍ୟୁ ପାଇଁ ନିୟମ ନିର୍ଧାରଣ ହୋଇନାହିଁ । ତେବେ ଏହି ନୂଆ ପ୍ରସ୍ତାବ ଅନୁସାରେ ଦୁର୍ଘଟଣାରେ ମୃତ୍ୟୁ ହେବା ଦ୍ୱାରା ଅତି କମରେ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦକୁ ମୃତକଙ୍କ ପରିବାରକୁ ମିଳିବ । ଏଥିସହିତ ହିଁ ଏଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରାଯିବ ।