ଆଠଗଡ ଖୁଣ୍ଟୁଣୀ ବନାଞ୍ଚଳରେ ଘୁରି ବୁଲୁଛି ଅସୁସ୍ଥ ହାତୀ । ଟ୍ରାଙ୍କୁଲାଇଜ କରିବାକୁ ୨ଦିନ ହେଲା ଚାଲିଛି ଉଦ୍ୟମ

51

କନକ ବ୍ୟୁରୋ : ଆଠଗଡ ଖୁଣ୍ଟୁଣୀ ବନାଞ୍ଚଳରେ ଘୁରିବୁଲୁଛି ଅସୁସ୍ଥ ହାତୀ । ଡ୍ରୋନ କ୍ୟାମେରାରେ ଠାବ କରି ଟ୍ରାଙ୍କୁଲାଇଜ କରିବାକୁ ୨ଦିନ ହେଲା ଚାଲିଛି ଉଦ୍ୟମ । ହେଲେ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହେଉଛି ବନବିଭାଗ । ସୂଚନା ମୁତାବକ ପାଟ୍ରୋଲିଂ କରୁଥିବା ଖୁଣ୍ଟୁଣୀ ବନବିଭାଗ କର୍ମଚାରୀ ଓ ହାତୀ ଘଉଡ଼ାଳି ଦଳ ବ୍ରାହ୍ମଣବସ୍ତ ଜଙ୍ଗଲରେ ୪ ଦିନ ହେଲା ଏକ ଦନ୍ତା ଛୋଟେଇ ଛୋଟେଇ ବୁଲୁଥିବା ଦେଖିଥିଲେ ।

ଏ ସମ୍ପର୍କରେ ଖୁଣ୍ଟୁଣୀ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ଏହା ପରେ ଡିଏଫଓ ହାତୀର ଚିକିତ୍ସା ପାଇଁ ସାତକୋଶିଆ ୱାଇଲ୍ଡ ଲାଇଫ୍ ଡିଭିଜନର ଟ୍ରାଙ୍କୁଲାଇଜର ବିଶେଷଜ୍ଞ, ଖୁଣ୍ଟୁଣୀ ବନବିଭାଗ କର୍ମଚାରୀଙ୍କ ସହ ସରଂକ୍ଷିତ ଜଙ୍ଗଲକୁ ଯାଇଥିଲେ । ହାତୀର ଗତିପଥ ଉପରେ ନଜର ରଖି ଟ୍ରାଙ୍କୁଲାଇଜର କରିବାକୁ ଉଦ୍ୟମ କରିଥିଲେ ହେଲେ ହାତୀ ଘଞ୍ଚ ଜଙ୍ଗଲକୁ ଚାଲିଯାଇଥିବାରୁ ଟ୍ରାଙ୍କୁଲାଇଜର କରାଯାଇପାରିନଥିଲା ।