ଅଧୁରା ରହିଲା ବିରାଟ କୋହଲିଙ୍କ ସ୍ୱପ୍ନ । ରାଜସ୍ଥାନଠାରୁ ହାରି ଆଇପିଏଲରୁ ବିଦା ହେଲା ବାଙ୍ଗାଲୋର । କ୍ୱାଲିଫାୟାର-୨ରେ ହାଇଦ୍ରାବାଦ ସହ ଟକ୍କର ।

208

କନକବ୍ୟୁରୋ :ଚଳିତ ଥର ବି ଅଧୁରା ରହିଗଲା ବିରାଟ କୋହଲିଙ୍କ ଆଇପିଏଲ୍ ଜିତିବା ସ୍ୱପ୍ନ । ରାଜସ୍ଥାନ ରୟାଲଠାରୁ ୪ ୱିକେଟରେ ପରାସ୍ତ ହୋଇ ଆଇପିଏଲରୁ ବିଦା ହୋଇଛି ବାଙ୍ଗାଲୋର । ଟସ ଜିତିବା ପରେ ଫିଲ୍ଡିଂ ପାଇଁ ନିଷ୍ପତି ନେଇଥିଲେ ରାଜସ୍ଥାନର କ୍ୟାପଟେନ ସଂଜୁ ସାମସନ । ପ୍ରଥମେ ବ୍ୟାଟିଂ କରି ୧୭୨ ରନ କରିଥିଲା ବାଙ୍ଗାଲୋର ।

ତେବେ ରଜସ୍ଥାନର ଦୁଇ ଓପନର ଯଶସ୍ୱୀ ଜୟସ୍ୱାଲ ଓ ଟମ୍ କୋହଲର ଭଲ ଆରମ୍ଭ କରିଥିଲେ । ୬ ୱିକେଟ ହରାଇ ଗୋଟିଏ ଓଭର ପୂର୍ବରୁ ମ୍ୟାଚ୍ରେ ବିଜୟୀ ହେବା ସହ କ୍ୱାଲିଫାୟାର-୨ରେ ପ୍ରବେଶ କରିଛି ରାଜସ୍ଥାନ । ହାଇଦ୍ରାବାଦକୁ ହରାଇଲେ ରାଜସ୍ଥାନ ଫାଇନାଲରେ କୋଲକାତାକୁ ଭେଟିବ । ତେବେ ଏହି ମ୍ୟାଚ୍ ରେ ବିରାଟ କୋହଲି ନୂଆ ମାଇଲଖୁଂଟ ଛୁଇଁଛନ୍ତି । ଆଇପିଏଏରେ ପ୍ରଥମ ବ୍ୟାଟର ଭାବେ ୮ ହଜାର ରନ ଅତିକ୍ରମ କରିଛନ୍ତି ବିରାଟ । କୋହଲିଙ୍କୁ ଛାଡ଼ିଲେ କୌଣସି ବ୍ୟାଟ୍ସମ୍ୟାନ ଆଇପିଏଲରେ ୭ ହଜାର ରନ ମଧ୍ର କରି ନାହାନ୍ତି ।