ଗାଁରେ ନାହିଁ ମୈାଳିକ ସୁବିଧା । ଭୋଟ ବର୍ଜନ ନିଷ୍ପତ୍ତି ପରେ ଗାଁରେ ପହଞ୍ଚିଲା ପ୍ରଶାସନ । ତୁରନ୍ତ ସମାଧାନ ପାଇଁ ଦେଲେ ପ୍ରତିଶୃତି ।

130

କନକବ୍ୟୁରୋ : ଭୋଟ ବର୍ଜନ ଚେତାବନୀ ପରେ ବାଙ୍କି ନିର୍ବାଚନ ମଣ୍ଡଳୀର ଡମପଡ଼ା-ଚନ୍ଦକା ଅଭୟାରର୍ୟରେ ରହୁଥିବା ଅଧିବାସୀଙ୍କ ପାଖରେ ପହଁଚିଛି ପ୍ରଶାସନ । ରାସ୍ତା, ପାଣି, ବିଜୁଳି ଭଳି ବିଭିନ୍ନ ମୌଳିକ ସମସ୍ୟାରୁ ବଂଚିତ ଅଛନ୍ତି ଏଠାକାର ଲୋକେ । ଦୀର୍ଘ ବର୍ଷ ଧରି ଦାବି ପୂରଣ ହେଉନଥିବାରୁ ଚଳିତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଥିଲେ ଅଂଚଳବାସୀ ।

ତେବେ ଡମପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକଙ୍କ ପାଖରେ ପହଁଚି ସେମାନଙ୍କୁୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ଆଶ୍ୱସନା ଦେଇଛନ୍ତି । ଗଣତନ୍ତ୍ରର ଏହି ମହାପର୍ବରେ ଯେପରି ଗ୍ରାମବାସୀମାନେ ସାମିଲ ହୋଇ ମତଦାନ କରିବେ ସେ ସମ୍ବନ୍ଧରେ ଆଲୋଚନା କରିଛନ୍ତି ।