ଦିନକ ପରେ ରାଜଧାନୀରେ ପଡ଼ିବ ଭୋଟ୍ । ରାଜଧାନୀରେ ବିଭିନ୍ନ ସ୍ଥାନରେ ସିଆରପିଏଫ ଓ କମିଶନରେଟ୍ ପୋଲିସର ଫ୍ଲାଗମାର୍ଚ୍ଚ ।

102

କନକବ୍ୟୁରୋ :ଦିନକ ପରେ ରାଜଧାନୀରେ ପଡ଼ିବ ଭୋଟ । ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ ଓ ସିଆରପିଏଫ । କେଦାରନାଥାପଲ୍ଲି ସ୍ଥିତ ବସ୍ତିରେ ଫ୍ଲାଗମାର୍ଚ୍ଚ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବସ୍ତି ଅଂଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଛି ।

ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରୁଛି ପୋଲିସ । କମିଶନରେଟ ପୋଲିସ ଓ ସିଆରପିଏଫ ଦ୍ୱାରା ବସ୍ତିରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏକାଧିକ ବ୍ୟକ୍ତି ଗୋଟିଏ ଜାଗାରେ ରୁଣ୍ଡ ନହେବା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଯେମିତି ନ ଉପୁଜେ ସେଥିପ୍ରତି ସଚେତନ କରାଯାଇଛି । ଅପରାଧିକ କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ଫ୍ଲାଗମାର୍ଚ୍ଚରେ ବାର୍ତ୍ତା ଦିଆଯାଇଛି ।