ଜ୍ଞାନବାପୀରୁ ଶିବଲିଙ୍ଗ ମିଳିବା ନେଇ ଓୱେସୀଙ୍କ ଅଜବ ଦାବି । ମୋଦୀ ସରକାରକୁ କଲେ ଟାର୍ଗେଟ

646

କନକ ବ୍ୟୁରୋ: ବାରାଣସୀର ଜ୍ଞାନବାପୀ ମସଜିଦ ସର୍ଭେର ଶେଷ ଦିନରେ ହିନ୍ଦୁ ସପକ୍ଷବାଦୀଙ୍କ ପକ୍ଷରୁ ମସଜିଦ ପରିସର କୂଅରୁ ଶିବଲିଙ୍ଗ ମିଳିଥିବା ଦାବି କରିଛନ୍ତି ସପକ୍ଷବାଦୀ ନେତା ଓ ଓକିଲ । ଏହାସହ ଯେଉଁଠାରୁ ଶିବଲିଙ୍ଗ ମିଳିଛି ସେହି ସ୍ଥାନକୁ ତୁରନ୍ତ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଜି ଏହି ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ଇଓଗଓଗ ମୁଖ୍ୟ ଅସଦୁଦ୍ଦିନ ଓୱେସି ।

ତେବେ ଜ୍ଞାନବାପୀ ମସଜିଦର ସର୍ଭେ ବିରୋଧରେ ମୁସଲିମ ସମୁଦାୟ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ମଧ୍ୟ ଆଜି ସୁପ୍ରିମକୋଟରେ ଣୁଣାରି ହେବ ବୋଲି ସୂଚନା ରହିଛି । ଏହା ମଧ୍ୟରେ ଓୱେସି କିନ୍ତୁ ମସଜିଦ ପରିସରରୁ ଶିବଲିଙ୍ଗ ମିଳିବା ପ୍ରସଙ୍ଗକୁ ବିରୋଧ କରିବାକୁ ଯାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, ଯଦି ଇତିହାସ କଥା କୁହାଯାଉଛି, ତେବେ ବେକାରୀ, ମହଙ୍ଗାମାଡ ଆଦି ପାଇଁ ଔରଙ୍ଗଦେବ ଦାୟୀ, ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି ।

ଆଉ ଏକ ଟ୍ୱିଟରେ ଓୱେସି ଜ୍ଞ।।ନବାପୀ ମସଜିଦରେ ଥିବା ଶିବଲିଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଏହା ଶିବଲିଙ୍ଗ ନୁହେଁ ବରଂ ଫୱାରା,ଯାହା ଅଧିକାଂଶ ମସଜିଦରେ ଥାଏ । ଯଦି ଶିବଲିଙ୍ଗ ମଳିଲା ତେବେ କୋର୍ଟ କମିଶନର ଏହା କହିଲେ ନାହିଁ । ଏହାକୁ ଏଯାଏଁ ଖୋଦ୍ ସର୍ଭେ ଦାୟିତ୍ୱରେ ଥିବା କମିଶନର ପ୍ରକାଶ କରିନାହାଁନ୍ତି । ବରଂ ସପକ୍ଷବାଦୀ ଓକିଲ ଓ ନେତା କହିଛନ୍ତି । ତେଣୁ ଏହାକୁ ବିଶ୍ୱାସ କରାଯିବା ଉଚିତ ନୁହେଁ ।