ଦଶଦିନ ହେଲା କୁଆଡେ ଗଲା ୭ ବର୍ଷର କୁନି ଝିଅ ସାଇ ସ୍ୱରୂପା । ରାୟଗଡା ବୁଗୁଡାରୁ ଅଚାନକ ଅର୍ନ୍ତଧ୍ୟାନ ହୋଇଗଲା ଝିଅ ।

305

କନକ ବ୍ୟୁରୋ: କୁଆଡ଼େ ଗଲେ ସାଇ ସ୍ୱରୁପା? ୭ ବର୍ଷୀୟ ଝିଅ ନିଖୋଜ ହେବାର ୧୦ ଦିନ ବିତିଲାଣି ତଥାପି ପୋଲିସର ହାତ ଖାଲି ପଡ଼ିଛି । ଏହାର ପ୍ରତିବାଦରେ ୧୨ ଘଣ୍ଟିଆ ଗୁଡ଼ାରୀ ବନ୍ଦ ପାଳନ କରାଯାଇଛି । ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ଢେପ ବାକିଟିସାହିର ସାଇସ୍ୱରୁପା ନିଖୋଜ ହେବାର ୧୦ ଦିନ ବିତିଲାଣି କିନ୍ତୁ ନାବାଳିକାର ଟେର ପାଉନାହି ସ୍ଥାନୀୟ ପୋଲିସ । ଏହାର ପ୍ରତିବାଦରେ ସିପିଆଇଏମଏଲ ଦଳ ପକ୍ଷରୁ ଗୁଡ଼ାରୀ ସହରକୁ ୧୨ ଘଣ୍ଟିଆ ବନ୍ଦ କରାଯାଇଛି । ନାବାଳିକା ଝିଅର ବାପା ଜଣେ ପାନ ଦୋକାନୀ । ଗତ ୧୧ ତାରିଖ ସଂଧ୍ୟା ସମୟରୁ ଝିଅଟି ନିଖୋଜ ଅଛି । ସଂଧ୍ୟା ସମୟରେ ବାପାଙ୍କ ଦୋକାନକୁ ଯାଇ ଫେରିବାର କିଛି ସମୟ ପରେ ସେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ଝିଅକୁ ନପାଇବାରୁ ବାଧ୍ୟ ହୋଇ ଗୁଡ଼ାରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ନିଖୋଜ ମାମଲା ରୁଜୁ କରି ଜିଲ୍ଲା ଆରକ୍ଷୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଜାରି ରଖିଛି ।