ବି.ଆଇ.ଆଇ.ଟି.ଏମ ମାର୍କେଟିଙ୍ଗ୍ କ୍ଲବ ପକ୍ଷରୁ କୁଇଜ୍ ପ୍ରତିଯୋଗିତା

258

କନକ ବ୍ୟୁରୋ: ବି.ଆଇ.ଆଇ.ଟି.ଏମ ମାର୍କେଟିଙ୍ଗ୍ କ୍ଲବ ଦ୍ୱାରା ଏକ ରୋମାଞ୍ଚକର କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏଥିରେ ବିଭିନ୍ନ ବ୍ରାଣ୍ଡ ମାନଙ୍କର ଅଡିଓ ଏବଂ ଭିଡିଓ ଦେଖାଯାଇଥିଲା, ଛାତ୍ରଛାତ୍ରୀ ମାନେ ଏହାକୁ କେଉଁ ବ୍ରାଣ୍ଡର ଚିହ୍ନଟ କରୁଥିଲେ । ପ୍ରଫେସର ଅଙ୍କିତା ଅଗ୍ରୱାଲ ସମ୍ବୋଧନ କରି ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମାର୍କେଟିଙ୍ଗ୍ ବିଭଗର ମୁଖ୍ୟ ଡା. ଧନଞ୍ଜୟ ବେଉରା ସ୍ୱାଗତ ସମ୍ବୋଧନ ଦେଇଥିଲେ । ଅଧକ୍ଷ ଡା. ମିହିର ରଞ୍ଜନ ନାୟକ ଏବଂ ପରାମର୍ଶ ଦାତା (ଏକାଡେମି) ପି.ଆର. ପଟ୍ଟନାୟକ ସେମାନଙ୍କର ବକ୍ତବ୍ୟ ଦେଇଥିଲେ ।

ଏହି କୁଇଜରେ ମୋଟ ୭୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୨୪ ଉତ୍ତୀର୍ଣ୍ଣ ହୋଇ ୮ ବିଭାଗରେ ବିଭକ୍ତ ହୋଇ ଶେଷ ପର୍ଯ୍ୟନ୍ତ ଯାଇଥିଲେ । ଜେ. ଜଗନ୍ନାଥ, ଅର. ସିଭମ ଏବଂ ଅଙ୍କିତ ଗୁପ୍ତା ଏହି କୁଇଜରେ ବିଜୟୀ ହୋଇଥିଲେ । ବିଜେତା ମାନଙ୍କୁ ନଗଦ ପୁରସ୍କାର ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।