ହଲିଉଡ଼ ପ୍ରେମରେ ପଡିଯାଇଥିଲେ କି ପ୍ରିୟଙ୍କା? ନା ବଲିଉଡ଼ରେ ହେଉଥିଲେ ନିର୍ଯ୍ୟାତିତ ? ବଲିଉଡ଼ର ଭିତିରି କଥା କହିଲେ ଏହି ଅଭିନେତ୍ରୀ

316

କନକ ବ୍ୟୁରୋ : ପ୍ରିୟଙ୍କା ଚୋପ୍ରା । ଯେତିକି ନାଁ ବଲିଉଡରେ କରିଛନ୍ତି ସେତିକି ନେମ,ଫେମ ସେ ହଲିଉଡରୁ ପାଇସାରିଛନ୍ତି । କହିବାକୁ ଗଲେ ବର୍ତମାନ ସେ ଜଣେ ଗ୍ଲୋବାଲ ଆଇକନ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇସାରିଛନ୍ତି । ଏବେ ଏହି ଭର୍ସଟାଇଲ ଅଭିନେତ୍ରୀ ବଲିଉଡକୁ ନେଇ ଯେଉଁ ଖୁଲାସା କରିଛନ୍ତି ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବଲିଉଡ ଛାଡି କଣ ପାଇଁ ସେ ହଲିଉଡକୁ ଚାଲିଯାଇଛନ୍ତି ସେ କଥାର ଖୁଲ୍ଲାସା କରିଛନ୍ତି ପ୍ରିୟଙ୍କା । ହଲିଉଡ ଟକ ଶୋ ଆର୍ମେଚେୟର ଏକ୍ସପର୍ଟରେ ସାକ୍ଷାତକାର ଦେଇ ବଲିଉଡର ଭିତିରି କଥା ବଖାଣିଛନ୍ତି ପ୍ରିୟଙ୍କା । ସେ କହିଛନ୍ତି ବଲିଉଡ଼ରେ ତାଙ୍କୁ ବାରମ୍ବାର ଉପେକ୍ଷା କରାଯାଉଥିଲା । ଡାର୍ଟି ପଲିଟିକ୍ସରେ ସେ ଅତିଷ୍ଟ ହୋଇପଡିଥିଲେ । ଟ୍ୟାଲେଣ୍ଟ ଥିବା ସତ୍ୱେ କିଛି ଫିଲ୍ମ ନିର୍ମାତାଙ୍କ ଆକ୍ରୋଶର ଶିକାର ହୋଇଥିଲେ । ତାଙ୍କୁ ସମ୍ପୂର୍ଣ୍ଣଭାବେ ଏକୁଟିଆ କରାଯାଇଥିଲା । କାମ ପାଇବା ପାଇଁ ନିଦ୍ଧିଷ୍ଟ ଗ୍ରୁପ ସହ ସାଲିସ କରିବାକୁ ବାଧ୍ୟ କରାଯାଉଥିଲା । ନାମୀଦାମୀ ପ୍ରଡକ୍ସନ ହାଉସ ତାଙ୍କୁ ଅଣଦେଖା କରାଯାଉଥିଲା ।

ଏହି ସମୟରେ ତାଙ୍କୁ ଏକ ବଡ ଅଫର ମିଳିଥିଲା ଓ ସେ ହଲିଉଡକୁ ଯିବାକୁ ନିଷ୍ପତି ନେଇଥିଲେ । ଏଥିସହ ସେ କହିଛନ୍ତି ବଲିଉଡରେ ଷ୍ଟାର କିଡର୍ସଙ୍କୁ ଯେଉଁ ପରିମାଣର ସପୋର୍ଟ ମିଳୁଛି ତାଙ୍କ ଭଳି ବାହାରୁ ଆସୁଥିବା ଅଭିନେତା ଅଭିନେତ୍ରୀଙ୍କୁ ସେତିକି ମିଳୁନାହିଁ । ତାଙ୍କୁ ଦୃଢ଼ ସମର୍ଥନ କରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ଟୁଇଟ କରିଧର୍ମାପ୍ରଡକ୍ସନର ମୁଖ୍ୟ ତଥା ନିର୍ମାତା କରଣ ଜୋହରଙ୍କ ଉପରେ ବର୍ଷିଛନ୍ତି କଙ୍ଗନା । ପ୍ରିୟଙ୍କାଙ୍କ ବିରୋଧୀ ଥିଲେ କରଣ ଓ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବେ ତାଙ୍କୁ ହଇରାଣ ହରକତ କରିଥିବା କଥା ମଧ୍ୟ ଟୁଇଟ କରି କହିଛନ୍ତି କଙ୍ଗନା । ଅନେକ ୪ଧ କଳାକାରଙ୍କୁ ବଲିଉଡରେ ଏଭଳି ମାନସିକ ନିର୍ଯ୍ୟାତନା ଦିଆଯାଉଥିବା କଙ୍ଗନା ଟୁଇଟ କରି କହିଛି । ସେପଟେ ପ୍ରିୟଙ୍କା ଚୋପ୍ରାଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଝଡ଼ ସୃଷ୍ଟି ହୋଇଛି ।