ଅଙ୍ଗନୱାଡି କେନ୍ଦ୍ରରେ ଚାଲିଛି କୁକୁଡା ପାଳନ: ଚାନ୍ଦବାଲି ବଡ-ତିଳଞ୍ଚି ଗାଁରେ ରହିଛି ଏମିତି କେନ୍ଦ୍ର

73

କନକ ବ୍ୟୁରୋ: ପିଲାଙ୍କ ପାଇଁ ତିଆରି ହୋଇଥିବା ଅଙ୍ଗନୱାଡି କେନ୍ଦ୍ର ପାଲଟିଥି କୁକୁଡା ପାଳନ କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ରରେ କୁନି କୁନି ପିଲାଙ୍କ ପାଠ ପଢା ହେଉନାବିଁ ବରଂ ଏଠାରେ କୁକୁଡା ପାଳନ କରାଯାଉଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ରହିଛି ଏମିତି ଏକ ଅଙ୍ଗନୱାଡି କେନ୍ଦ୍ର । ନଳଗୋହିରା ପଂଚାୟତ ଅନ୍ତର୍ଗତ ବଡ-ତିଳଂଚି ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଦେଖିଲେ, ଅନେକ ପ୍ରଶ୍ନ ଉଠୁଛି । କାହିଁକି ଅଙ୍ଗନୱାଡି କେନ୍ଦ୍ରଟି, କୁକୁଡା ପାଳନ କେନ୍ଦ୍ର ବନିଛି । କଣ ରହିଛି ଏହାର କାରଣ । ତେବେ ଏନେଇ ଗ୍ରାମବାସୀ ମୁହଁ ଖୋଲୁନଥିବା ବେଳେ ଅଙ୍ଗନୱାଡି କର୍ମୀ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ଅନୁସାରେ, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ବାବଦରେ ଠିକାଦାରଙ୍କୁ ସମସ୍ତ ଅର୍ଥ ମିଳି ନାହିଁ । କିଛି ଟଙ୍କା ପ୍ରଶାସନ ପକ୍ଷରୁ ବକେୟା ରଖାଯାଇଛି । ତେବେ ବକେୟା ଟଙ୍କା ମିଳିନଥିବାରୁ ଠିକାଦାର ଘର ହସ୍ତାନ୍ତର କରୁନାହାନ୍ତି । ସେଠାରେ କୁକୁଡା ପାଳନ କରୁଛନ୍ତି ।