ନିର୍ମାଣର ୩ ମାସ ନପୁରୁଣୁ ନଷ୍ଟ ହୋଇଗଲା ୧ କୋଟିର ରାସ୍ତା: ଖାଲଖମା ଭର୍ତି ରାସ୍ତାକୁ ନେଇ ବଢୁଛି ଅସନ୍ତୋଷ

77

କନକ ବ୍ୟୁରୋ: ରାସ୍ତା ନିର୍ମାଣକୁ ତିନି ମାସ ପୁରିଲା ନାହିଁ । ୧ କୋଟି ଟଙ୍କାରେ ନିର୍ମିତ ୧୩ କିଲୋମିଟର ରାସ୍ତା ଏବେ ଖାଲଖମାରେ ଭର୍ତି ହୋଇଛି । ଗତ ମାର୍ଚ୍ଚ ମାସରେ ପୂର୍ତ ବିଭାଗ ୧କୋଟି ଟଙ୍କା ଖର୍ଚ୍ଚ କରି ଏହି ରାସ୍ତା ନିର୍ମାଣ କରିଥିଲା । ତିନିମାସ ନପୂରୁଣୁ ରାସ୍ତା ପାଲଟି ଯାଇଛି ଗାଡିଅ । ସାତ ଦିନରେ ରାସ୍ତା ସମସ୍ୟାର ସମାଧାନ ନ ହେଲେ ୭ଟି ପଂଚାୟତର ଲୋକେ ଧାରଣା ଦେବ ବୋଲି ଚେତାବନୀ ଦେଇଛନ୍ତି ।

ଆପଣମାନେ ଦେଖୁଥିବା ରାସ୍ତାଟି ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ଜଲ୍ଲାରପୁରରୁ ପହଙ୍ଗା-କାଳଖ ରାସ୍ତା । ମରଣ ଯନ୍ତା ପାଲଟିଛି ଏହି ରାସ୍ତା । ଏହି ରାସ୍ତା ଦେଇ ସବୁ ଦିନ ଶହଶହ ବାଲି ବୋଝେଇ ଭାରୀଯାନ ଚଳାଚଳ କରୁଛି । ଫଳରେ ରାସ୍ତାର ବିଭିନ୍ନ ସ୍ଥାନରେ ବଡବଡ ଖାଲ ସୃଷ୍ଟି ହୋଇଛି । ଏହି ରାସ୍ତା ଉପରେ ୭ଟି ପଂଚାୟତର ହଜାର ହଜାର ଜନସାଧାରଣ ନିର୍ଭର କରୁଛନ୍ତି । ଖାଲରେ ବର୍ଷା ପାଣି ଜମି ରହିବାରୁ ସାଇକେଲ ଓ ଗାଡି ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଦୁରାବସ୍ଥା ନେଇ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନର ଦୂଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।