ଇସ୍ରାଏଲରେ ପୁଣି ବେଞ୍ଜାମିନ ନେତାନ୍ୟାହୁଙ୍କ ଯୁଗ : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

172

କନକ ବ୍ୟୁରୋ : ଇସ୍ରାଏଲରେ ପୁଣି ବେଞ୍ଜାମିନ ନେତାନ୍ୟାହୁଙ୍କ ଯୁଗ । ସଂସଦ ନିର୍ବାଚନରେ ବାଜି ମାରିଲା ଲିକ୍ୟୁଡ ପାର୍ଟି । ୧୨୦ ଆସନରୁ ନେତାନ୍ୟୁହଙ୍କ ଦଳ ୬୪ ଆସନ ହାତେଇଛି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଲୋପିଡଙ୍କ ଦଳକୁ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ସେ ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପରାଜୟ ସ୍ବୀକାର କରିଛନ୍ତି । ଲୋପିଡ କହିଛନ୍ତି, ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବେଞ୍ଜାମିନ ନେତାନ୍ୟାହୁ ଏବଂ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି ଏବଂ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବାରୁ ଭାରତ-ଇସ୍ରାଏଲ ସଂପର୍କ ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ନେତାନ୍ୟାହୁ ପୂର୍ବରୁ ଦୀର୍ଘ ୧୫ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି ଏବଂ ଗତବର୍ଷ ନିର୍ବାଚନରେ ତାଙ୍କ ଦଳ କମ୍‌ ଆସନ ଆଣିବାରୁ ସେ ସରକାର ଗଠନ ପାଇଁ ସକ୍ଷମ ହୋଇନଥିଲେ। ଏବେ ନେତାନ୍ୟାହୁ ପୁଣି ଥରେ କ୍ଷମତାକୁ ଫେରିବା ତାଙ୍କ ବଳିଷ୍ଠ ନେତୃତ୍ବର ପରିଚୟ ଦେଉଛି ।