ମାଟ୍ରିକ ରେଜଲ୍ଟ: ୨୯ରୁ ରିଚେକିଂ, ଜୁନ୍ ୧୦ରୁ ସପ୍ଲିମେଣ୍ଟାରୀ ରେଜିଷ୍ଟ୍ରେସନ ।

217

କନକ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୪ ବର୍ଷର ମାଟ୍ରିକ ରେଜଲ୍ଟ । ଏଥିରେ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୯୬.୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ତେବେ ନିଜ ମାର୍କକୁ ନେଇ ଦ୍ୱନ୍ଦ୍ୱରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଚେକିଙ୍ଗ ସମୟ ମଧ୍ୟ ଘୋଷଣା କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ମେ ୨୯ରୁ ଆରମ୍ଭ ହେବ ରିଚେକିଙ୍ଗ ପାଇଁ ଆବେଦନ । ଏହା ଜୁନ୍ ୧୨ ତାରିଖ ଯାଏଁ ଚାଲିବ । ଏହି ସମୟ ଭିତରେ ଛାତ୍ରଛାତ୍ରୀମାନେ ରିଚେକିଙ୍ଗ ପାଇଁ ଅନଲାଇନରେ ଆବେଦନ କରିପାରିବେ ।

ଏହାସହ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମଧ୍ୟ ରେଜିଷ୍ଟ୍ରେସନ୍ ସମୟ ଘୋଷଣା ହୋଇଛି । ଜୁନ୍ ୧୦ ତାରିଖରୁ ଅନଲାଇନରେ ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।