ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ସାଗରଦୀପ ଓ ଖେପୁପୁରା ମଧ୍ୟରେ ଛୁଇଁବ ସ୍ଥଳଭାଗ । ଉପକୂଳ ଓଡ଼ିଶାରେ ବର୍ଷା ଓ ପବନ ସମ୍ଭାବନା ।

731

କନକବ୍ୟୁରୋ: ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲା ଉପକୂଳରେ ଛୁଇଁବ ସ୍ଥଳଭାଗ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ଣ୍ଣିଂ ଜାରି । ଉତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାରରେ ବାତ୍ୟା ଅଧିକ ଘନୀଭୂତ ହେବା ସହ ୬ ଘଂଟା ଧରି ୬ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରୁଛି । ବର୍ତମାନ ଏହାର ପଶ୍ଚିମବଙ୍ଗ ସାଗରଦ୍ୱୀପ ଠାରୁ ୨୯୦ ଏବଂ ବାଂଲାଦେଶ ଖେପୁପାରା ଠାରୁ ୩୦୦ କିମି ଦୂରରେ ରହିଛି । ଦୀଘାଠୁ ୩୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ପଶ୍ଚିମବଙ୍ଗରେ ରହିଛି । ମଧ୍ୟରାତ୍ରିରେ ଏହା ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ପ୍ରତିଘଂଟା ରହିବ । ସମୟ ସମୟରେ ଏହା ୧୩୫ କିଲୋମିଟର ପ୍ରତିଘଂଟା ଛୁଇଁବ ବୋଲି ମଧ୍ୟ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଉତ୍ତର ଉପକୂଳରେ ଆରମ୍ଭ ହୋଇଛି ବର୍ଷା । ରେମାଲ ପ୍ରଭାବରେ ସବୁ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା । ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡାରେ ତ୍ରୀବ ବୃଷ୍ଟିପାତ । କଟକ ଜିଲ୍ଲାରେ ତୁହାକୁ ତୁହା ବର୍ଷା । ଘଣ୍ଟା ପ୍ରତି ୨ ରୁ ୩ ସେଣ୍ଟିମିଟର ବର୍ଷା ସମ୍ଭାବନା ।

ଏଥି ସହିତ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ପବନ ବେଗ ୪୦ରୁ କିଲୋମିଟର ପ୍ରତିଘଂଟା ରହିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥି ସହିତ ରାଜ୍ୟର ସମସ୍ତ ବନ୍ଦର ଗୁଡିକୁ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ୨୭ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ କୁହାଯାଇଛି ।