ଆସିଲା ମାଟ୍ରିକ ରେଜଲ୍ଟ । ପୁଅଙ୍କ ଠାରୁ ଝିଅଙ୍କ ପାସ୍ ହାର ଅଧିକ ।

337

କନକ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୪ ର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଅଙ୍କ ଠାରୁ ଝିଅଙ୍କ ରେଜଲ୍ଟ ଭଲ ହୋଇଛି । ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ହୋଇଥିବାବେଳେ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ହୋଇଛି । ଚଳିତ ବର୍ଷ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ତେବେ ଏଥର କୌଣସି ସ୍କୁଲରେ ଜିରୋ ରେଜଲ୍ଟ ହୋଇନାହିଁ । ରାଜ୍ୟର ୨୬୪୪ ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ୨୦୨୩ରେ ପାସ୍ ହାର ୯୬.୦୪ ଥିବାବେଳେ ଚଳିତ ବର୍ଷ ଏହାର ୯୬ . ୦୭ ହୋଇଛି । କହିବାକୁ ଗଲେ ଏଥର ରାଜ୍ୟରେ ମାଟ୍ରିକ ରେଜଲ୍ଟ ଭଲ ହୋଇଛି ।