ସମ୍ବଲପୁର ଲୋକସଭା ଆସନରେ ହେବ ସମ୍ମାନର ଲଢେଇ । ଭୋଟ୍ ପୂର୍ବରୁ ବଢିଲା ଚର୍ଚ୍ଚା । ରେକର୍ଡ କହୁଛି ଅଳ୍ପ ବ୍ୟବଧାନରେ ହୋଇଛି ଜୟ ପରାଜୟର ଫଇସଲା ।

3,382

କନକବ୍ୟୁରୋ:ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡିବ । ୬ ଲୋକସଭା ଆସନ ମଧ୍ୟରେ ଚର୍ଚ୍ଚାରେ ସବୁଠୁ ଅଧିକ ରହିଛି ସମ୍ବଲପୁର ଲୋକସଭା ଆସନ । ଚଳିତଥର ସମ୍ବଲପୁର ବାସୀ କାହାକୁ ନେତା ବାଛିବେ ତାକୁ ନେଇ ଏବେ ଚର୍ଚ୍ଚା ବଢିଛି । ମୈଦାନରେ ତିନି ଦଳର ପ୍ରାର୍ଥୀ ରହିଛନ୍ତି, ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୈଦାନରେ ଥିବା ବେଳେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ରହିଛନ୍ତି । ବଡକଥା ହେଉଛି ପ୍ରତିଥର ନେତା ବଦଳାଏ ସମ୍ବଲପୁୁର ।

କେବଳ ନେତା ନୁହଁନ୍ତି ଦଳ ମଧ୍ୟ । ଯଦି ଆମେ ୨୦୦୯ରୁ ୨୦୧୯ ଯାଏ ଦେଖିବା ତାହେଲେ କଂଗ୍ରେସ, ବିଜେଡି ପରେ ବିଜେପି ବିଜୟୀ ହୋଇଛି । ପ୍ରତିଥର ନୂଆ ଦଳକୁ ବାଛିଛନ୍ତି ସମ୍ବଲପୁରବାସୀ । ଏପରି ସ୍ଥିତିରେ ୨୦୨୪ରେ କେଉଁ ଦଳର ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେ ତାହା ଏବେ ଚର୍ଚ୍ଚାର ବିଷୟ । ସମ୍ବଲପୁର ଗୋଟିଏ ଦଳକୁ ରିପିଟ୍ ଭୋଟ୍ ଦେଉନଥିବାରୁ ଏଥର ଧର୍ମେନ୍ଦ୍ରଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ମୁଦେଓ ସାଏ ପ୍ରମୁଖ ପ୍ରଚାର କରିଛନ୍ତି ।