ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ସାଇତା ରହିଛି ସନ୍ତକ । ବାଲେଶ୍ୱର ରେଳ ଷ୍ଟେସନ ପୋଲିସ ବାରାକରେ ପଡ଼ି ରହିଛି ଯାତ୍ରୀଙ୍କ ସାମଗ୍ରୀ । ଚିନ୍ତାରେ ରେଳ ବିଭାଗ

1,989

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୮ ଦିନ ହେଲାଣି । ହେଲେ ଏଯାଏଁ ସେ ଭୟାନକ ଦୃଶ୍ୟ କାହାରି ମନରୁ ଯାଇନି । ଏବେବି ବାଲେଶ୍ୱର ରେଲୱେ ଷ୍ଟେସନରେ ଥିବା ପୋଲିସ ବାରାକରେ ପଡିରହିଛି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଆସବାବପତ୍ର । ଏଯାଏଁ କେହି ଆସି ସେସବୁକୁ ନେବା ସମ୍ଭବ ହୋଇପାରିନାହିଁ । ତେଣୁ ଏସବୁ ଜିନିଷପତ୍ରକୁ କ’ଣ କରାଯିବ ସେନେଇ ଚିନ୍ତାରେ ରେଳ ବିଭାଗ ।

ଅନ୍ୟପଟେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଶବ ନେବାକୁ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା । କାରଣ କିଛି ଶବକୁ ନେଇ ଏକାଧିକ ଦାବିଦାର ବାହାରୁଥିବାବେଳେ ଗୋଟିଏ ମୃତଦେହକୁ ଅନ୍ୟ କେଉଁ ସ୍ଥାନକୁ ପଠାଇଦିଆଯାଉଛି । ଏହାକୁ ନେଇ ପରିଜନ ଯେତିକି ଚିନ୍ତିତ ହସ୍ପିଟାଲ କର୍ତ୍ତୃପକ୍ଷ ସେତିକି ଚିନ୍ତିତ ।