ହୁତୁ ହୁତୁ ହୋଇ ଜଳୁଛି ଝାଉଁ ଜଙ୍ଗଲ । ନିଆଁ ଲିଭାଇବାରେ ଲାଗିଛନ୍ତି ଦମକଳ ସହ ବିନ ବିଭାଗ କର୍ମଚାରୀ

98

କନକ ବ୍ୟୁରୋ: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ସାଲେପୁର ଗାଁ ନିକଟରେ ଝାଉଁ ଜଙ୍ଗଲରେ ନିଆଁ । ନିଆଁ ଲାଗି ୮ ଏକରରୁ ଅଧିକ ଜଙ୍ଗଲ ପୋଡି ଯାଇଛି । ବ୍ରହ୍ମଗିରି ଓ ପୁରୀରୁ ୨ଟି ଦମକଳ ଗାଡି ସହ ବନ ବିଭାଗର ଗୋଟିଏ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁରେ ୮ ଏକର ଝାଉଁ ଜଙ୍ଗଲ ପୋଡି ଯାଇଛି ।

ଜଙ୍ଗଲରେ ଥିବା ଶୁଖିଲା ପତ୍ର ନିଆଁ ବ୍ୟାପିବାରେ ସହାୟତା କରିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ । ଜଙ୍ଗଲରେ ନିଆଁ ଲାଗିବା ପରେ ଏବେ ବନ୍ୟ ଜନ୍ତୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । । ପୂର୍ବରୁ ମଧ୍ୟ ବ୍ରହ୍ମଗିରି ରେଞ୍ଜର ସିପସରୁବାଲି ଜଙ୍ଗଲରେ ନିଆଁ ଲାଗି ୮୦ ଏକରରୁ ଅଧିକ ଜଙ୍ଗଲ ପୋଡି ଛାରଖାର ହୋଇ ଯାଇଥିଲା ।