ରାଜ୍ୟ ବିଜେପିର ସଙ୍ଗୀନ ଅଭିଯୋଗ ! ତୃତୀୟ ମହଲାର ହାତବାରିସି ସାଜିଛି ପ୍ରଶାସନ

41

କନକ ବ୍ୟୁରୋ : ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ରାଜ୍ୟ ବିଜେପି । ପଂଚାୟତ ନିର୍ବାଚନ ଭୋଟର ତାଲିକାରେ ବ୍ୟାପକ ହେରଫେର ହୋଇଥିବା ଅଭିୋଗ କଲେ ବିଜେପି ଉପସଭାପତି ସମୀର ମହାନ୍ତି । ଭୋଟର ଲିଷ୍ଟ ପ୍ରସ୍ତୁତିରେ ବ୍ୟାପକ ଚଂଚକତା ହୋେଇଛି । ହାତରେ ଭୋଟରଙ୍କ ନାଁ ଲେଖାଯାଇ ତାଲିକାରେ ଯୋଡା ଯାଇଥିବା ଅଭିଯୋଗ କରିଛନ୍ତି ସମୀର ।

ପ୍ରେସମିଟ୍ କରି ବିଜେପି ଉପସଭାପତି ଅଭିଯୋଗ କରିଛନ୍ତି ଯେ ପ୍ରତି ବୁଥରେ ୪୦ରୁ ୫୦ ଜଣ ଭୋଟରଙ୍କ ନାଁ ଅଧିକ ଯୋଡା ଯାଇଛି । ତୃତୀୟ ମହଲା ଇଂଗିତରେ ସ୍ଥାନୀୟ ପ୍ରଶାସନ କାମ କରୁଛି ବୋଲି ଅଭିଯୋଗ କରିଛି ବିଜେପି । ବାଲେଶ୍ୱର ଓରଂଗା-ସାରଙ୍ଗ ଗ୍ରାମପଂଚାୟତ ଏହାର ଉଦାହରଣ ବୋଲି ସମୀର କହିଛନ୍ତି ।

ସେପଟେ ସମୀର ମହାନ୍ତିଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଶଶିଭୁଷଣ ବେହେରା । କହିଛନ୍ତି ଯଦି କିଛି ନିର୍ଦ୍ଧିଷ୍ଟ ଅଭିଯୋଗ ଅଛି ତାହାକୁ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଉପସ୍ଥାପନ କରନ୍ତୁ । ରାଜ୍ୟ ବିଜେପିର ନିଜ ଉପରେ ଭରଷା ନପାଇବାରୁ କେନ୍ଦ୍ରରୁ ଗଣ୍ଡା ଗଣ୍ଡା ମନ୍ତ୍ରୀ ଆଣି ନିର୍ବାଚନ ପ୍ରଚାର କରୁଛି । ଦ୍ୱିତୀୟ ସ୍ଥାନରେ ରହିବା ପାଇଁ କଂଗ୍ରେସ ଓ ବିଜେପି ପ୍ରତିଦ୍ୱନ୍ଦିତା କରୁଛନ୍ତି ।