ମୋବାଇଲ ନେଉଛି ପିଲାଙ୍କ ଜୀବନ ! କେବେ ଅନଲାଇନ୍ ଗେମ୍ ତ କେବେ ମୋବାଇଲ ନିଶା ନେଉଛି ପ୍ରାଣ ।

କନକ ବ୍ୟୁରୋ: ମୃତ୍ୟୁଦୂତ ହୋଇ ଆସୁଛି ମୋବାଇଲ । ଜୀବନ ପରେ ଜୀବନ ନେଉଛି ମୋବାଇଲ ନିଶା । ଦିନକୁ ଦିନ ଆଜିର ଯୁବପୀଢ଼ିଙ୍କୁ ମତୁଆଲା କରି ମୃତ୍ୟୁର କାରଣ ସାଜିଛି ସ୍ମାର୍ଟଫୋନ୍ । ଟିକିଏ ଆକଟ କଲେ ଦୁର୍ବଳ ମାନସିକ ଥିବା ପିଲା କରିଦେଉଛି ଆତ୍ମହତ୍ୟା । ପିଲାଙ୍କୁ କେମିତି ମୋବାଇଲ ନିଶାଠୁ…

ବିହାରରେ ଏନଡିଏକୁ ଲାଗିପାରେ ଆହୁରି ଏକ ଝଟକା । ନୀତିଶ-ତେଜସ୍ୱୀଙ୍କ ଶରଣ ନେଇପାରନ୍ତି ୩ ଏନଡିଏ ସାଂସଦ ।

କନକ ବ୍ୟୁରୋ: ବିହାରରେ ରାଜନୈତିକ ହଲଚଲ ଥମିବାର ନାଁ ନେଉନି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ଛାଡିବା ସହିତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଆଉ ଏହା ପରେ ପରେ ମହାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରି ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଯାହାକି ବିଜେପି ପାଇଁ ଏକ ବଡ…

ସାଇବର ଠକଙ୍କ ଟାର୍ଗେଟରେ ଶ୍ରୀମୟୀ, ଫଟୋ ଲଗାଇ ମାଗୁଛନ୍ତି ଟଙ୍କା

କନକ ବ୍ୟୁରୋ: ବିଜେଡିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଫଟୋ ଲଗାଇ ଟଙ୍କା ମାଗୁଛନ୍ତି ଠକ । ସକାଳ ସମୟରୁ ପାଖାପାଖି ୩୦ରୁ ଅଧିକ ଲୋକଙ୍କୁ ଟଙ୍କା ମାଗିଥିବା ଶ୍ରୀମୟୀଙ୍କୁ ଖବର ଆସିଥିଲା । ତେବେ କେହିଜଣେ ଠକ ଏଭଳି କରିଥାଇପାରେ ବୋଲି ଜଣାପଡ଼ିଥିଲା । ଏନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି…

ଜାଗମରା ବିଦେଶୀ ମଦ ଦୋକାନକୁ ବନ୍ଦ କଲା ବିଏମସି । ସ୍ୱଚ୍ଛତା ଅବଲମ୍ବନ କରୁନଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ଜାଗମରା ବିଦେଶୀ ମଦ ଦୋକାନକୁ ବନ୍ଦ କଲା ବିଏମସି । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାଗମରା ସ୍ଥିତ ବିଦେଶୀ ମଦ ଦୋକାନକୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୁପକ୍ଷ ବନ୍ଦ କରିଦେଇଛନ୍ତି । ତେବେ ସ୍ୱଚ୍ଛତା ଅବଲମ୍ବନ କରୁନଥିବା ଅଭିଯୋଗ ହେତୁ ବିଏମସି କମିଶନର ଏହି ମଦ ଦୋକାନକୁ…

ଆରବିଆଇ ଡେପୁଟି ଗଭର୍ଣ୍ଣରଙ୍କ ବଡ ବୟାନ: ୨୦୩୧ ସୁଦ୍ଧା ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହେବ ଭାରତ

କନକ ବ୍ୟୁରୋ: ୨୦୩୧ ସୁଦ୍ଧା ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହେବାର କ୍ଷମତା ରଖିଛି ଭାରତ । ଏମିତିକି ୨୦୬୦ ସୁଦ୍ଧା ଚୀନକୁ ଟପି ବିଶ୍ୱର ସର୍ବବୃହତ ଅର୍ଥନୀତି ହୋଇପାରିବ ଭାରତ ବୋଲି କହିଛନ୍ତି ଆରବିଆଇ ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର । ଆଜି ଭାରତୀୟ ରିଜର୍ଭ…

ଖୋଲିଲା ହୀରାକୁଦର ୨୮ ଗେଟ, ବୁଡିଲା ସମ୍ବଲପୁରର ତଳିଆ ଅଞ୍ଚଳ

କନକ ବ୍ୟୁରୋ: ହୀରାକୁଦର ୨୮ ଗେଟ ଖୋଲିବା ପରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ କଲୋନୀର ତଳିଆ ଅଞ୍ଚଳ, ଏସଆଇଟି କଲୋନୀର ତଳିଆ ଅଞ୍ଚଳରେ ପାଣି ପସିଯାଇଛି । ସେହଭଳି ପ୍ରଧାନପଡା ସହ ଜାତୀୟ ରାଜପଥରେ ମଧ୍ୟ ପାଣିଚାଲିଛି । ପାଣି ପସିବା ପରେ ଏହି ଅଞ୍ଚଳରେ ଥିବା ଘର…

ଯୁଦ୍ଧ ଭିତରେ ଭୁଶୁଡିଲା ଋଷର ଅର୍ଥନୀତି । ଗତବର୍ଷ ଏପ୍ରିଲରୁ ଜୁନ ତ୍ରୈମାସିକ ତୁଳନାରେ ଚଳିତ ବର୍ଷ ୪ ପ୍ରତିଶତ ହ୍ରାସ

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ଏବେ ବି ଜାରି ରହିଛି । ଲକ୍ଷ ଲକ୍ଷ ସୈନ୍ୟ ସହ କୋଟି କୋଟି ଟଙ୍କାର ଯୁଦ୍ଧାସ୍ତ୍ର ବିନିଯୋଗ କରି ଋଷ ୟୁକ୍ରେନକୁ ଦଖଲ କରିବାକୁ ଲାଗିପଡିଥିବା ବେଳେ ଏବେ ଚୀନର ଅର୍ଥନୀତି ଭୂଷୁଡି ପଡିଛି । ମସ୍କୋରୁ ପ୍ରକାଶିତ ଏକ ସରକାରୀ ଆକଳନ ମୁତାବକ…

ଜାତିଗତ ଜାଲିଆତି ମାମଲାରେ ସମୀର ୱାଙ୍ଖଡେଙ୍କୁ କୋର୍ଟରୁ ମିଳିଲା କ୍ଲିନଚିଟ୍, ଟ୍ୱିଟ କରି କହିଲେ ଏଭଳି କଥା

କନକ ବ୍ୟୁରୋ : ନାର୍କୋଟିକ କଣ୍ଟ୍ରୋଲ ବ୍ୟିୁରୋ ବା ଏନସିବିର ପୂର୍ବ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଜାତିଗତ ଜାଲିଆତି ମାମଲାରେ କ୍ଲିନ ଚିଟ୍ ଦେଇଛି । କୋର୍ଟରେ କାଷ୍ଟ ସ୍କୁଟିନ କମିଟି ଜମା କରିଥିବା ୯୧ ଫର୍ଦ୍ଦର ଦଲିଲକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ସମୀର…

କଂଗ୍ରେସରେ ବଢୁଛି ମୋକିମ-ଶରତ ବିବାଦ: ଭଙ୍ଗାଗଲା କଟକ ଜିଲ୍ଲାର ସମସ୍ତ ଦଳୀୟ କମିଟି, ପିସିସି ସଭାପତି କହିଲେ, ସଂଗଠନକୁ…

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସରେ ବଢି ଚାଲିଛି ପିସିସି ସଭାପତି ଓ ମହମ୍ମଦ ମୋକିମଙ୍କ ମଧ୍ୟରେ ବିବାଦ । ଏହି ବିବାଦରେ ଦୀର୍ଘଦିନ ଧରି ଚୁପ୍ ଥିବା ପିସିସି ସଭାପତି ଏବେ ନିଜ ନୀରବତା ଭାଙ୍ଗିଛନ୍ତି । ଗତକାଲି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଗିରିବାଳା ବେହେରାଙ୍କୁ ହଟାଇ…

ଓଡିଶା ପାଇଁ ରେଡ ୱାର୍ଣ୍ଣିଂ ଜାରି, ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ।

କନକ ବ୍ୟୁରୋ: ଓଡିଶା ପାଇଁ ରେଡ ୱାର୍ଣ୍ଣିଂ ଜାରି । ଆଜି ଓ ଆସନ୍ତାକାଲି ପାଇଁ ଏହି ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେପଟେ ଛତିଶଗଡକୁ ଆଜି ପାଇଁ ଅରେଞ୍ଜ ଓ ଆସନ୍ତାକାଲି ପାଇଁ ପାଇଁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦୁଇ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି…