ଯୁଦ୍ଧ ଭିତରେ ଭୁଶୁଡିଲା ଋଷର ଅର୍ଥନୀତି । ଗତବର୍ଷ ଏପ୍ରିଲରୁ ଜୁନ ତ୍ରୈମାସିକ ତୁଳନାରେ ଚଳିତ ବର୍ଷ ୪ ପ୍ରତିଶତ ହ୍ରାସ

171

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ଏବେ ବି ଜାରି ରହିଛି । ଲକ୍ଷ ଲକ୍ଷ ସୈନ୍ୟ ସହ କୋଟି କୋଟି ଟଙ୍କାର ଯୁଦ୍ଧାସ୍ତ୍ର ବିନିଯୋଗ କରି ଋଷ ୟୁକ୍ରେନକୁ ଦଖଲ କରିବାକୁ ଲାଗିପଡିଥିବା ବେଳେ ଏବେ ଚୀନର ଅର୍ଥନୀତି ଭୂଷୁଡି ପଡିଛି ।

ମସ୍କୋରୁ ପ୍ରକାଶିତ ଏକ ସରକାରୀ ଆକଳନ ମୁତାବକ ପାଶ୍ଚାତ୍ୟ ଦେଶମାନଙ୍କର ପ୍ରତିବନ୍ଧକ ଫଳରେ ଋଷର ଅର୍ଥନୀତି ଦୁର୍ବଳ ହେବାରେ ଲାଗିଛି । ୨୦୨୧ ମସିହା ଏପ୍ରିଲ ରୁ ଜୁନ ତୈମାସିକ ତୁଳନାରେ ଚଳିତ ଏପ୍ରିଲରୁ ଜୁନ ମଧ୍ୟରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ୪.୦ ପ୍ରତିଶତ ହ୍ରାସ ପାଇଛି ବୋଲି ଡିପିଏ ନ୍ୟୁଜ ଏଜେନ୍ସି ଶୁକ୍ରବାର ଦିନ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟକୁ ସୂଚନା ଦେଇଛି ।

ସେପଟେ ଋଷର ଅର୍ଥନୀତିଜ୍ଞମାନେ ଆଶା କରିଥିଲେ କି ଗତ ବର୍ଷ ଏପ୍ରିଲରୁ ଜୁନ ତ୍ରୈମାସିକ ଜିଡିପି ତୁଳନାରେ ଅନୁରୂପ ଚଳିତ ବର୍ଷର ଜିଡିପି ୪.୭ ପ୍ରତିଶତ ହ୍ରାସ ପାଇପାରେ । ଏପଟେ ଏବେକାର ଜିଡିପି ତୁଳନାରେ ଋଷ ୨୦୧୮ ରେ ଯେଉଁ ଜିଡିପି ଥିଲା ସେହି ସ୍ତରରେ ପହଂଚିଯାଇଛି ।

କହିରଖୁ କି ଚଳିତବର୍ଷ ଫେବୃଆରୀ ମାସରେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା । ଏହି ଆକ୍ରମଣକୁ ବିରୋଧ କରି ଆମେରିକା ସହ ବିଶ୍ୱର ଅନେକ ପଶ୍ଚିମ ଦେଶମାନେ ଋଷ ଉପରେ ବିଭିନ୍ନ ପ୍ରକାର ବ୍ୟବସାୟୀକ ପ୍ରତିବନ୍ଧକ ଲଗାଇଥିଲେ । ଏହି କାରଣରୁ ଋଷର ଅର୍ଥନୀତି ଦୁର୍ବଳ ହୋଇଥିବା କଥା କୁହାଯାଇଛି ।