ଜାତିଗତ ଜାଲିଆତି ମାମଲାରେ ସମୀର ୱାଙ୍ଖଡେଙ୍କୁ କୋର୍ଟରୁ ମିଳିଲା କ୍ଲିନଚିଟ୍, ଟ୍ୱିଟ କରି କହିଲେ ଏଭଳି କଥା

236

କନକ ବ୍ୟୁରୋ : ନାର୍କୋଟିକ କଣ୍ଟ୍ରୋଲ ବ୍ୟିୁରୋ ବା ଏନସିବିର ପୂର୍ବ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଜାତିଗତ ଜାଲିଆତି ମାମଲାରେ କ୍ଲିନ ଚିଟ୍ ଦେଇଛି । କୋର୍ଟରେ କାଷ୍ଟ ସ୍କୁଟିନ କମିଟି ଜମା କରିଥିବା ୯୧ ଫର୍ଦ୍ଦର ଦଲିଲକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ସମୀର ୱାଙ୍ଖଡେ ଜନ୍ମରୁ ମୁସଲମାନ ।

ଯାଂଚ କମିଟି କୋର୍ଟରେ ଦାଖଲ କରିଥିବା ଦଲିଲରେ କୁହାଯାଇଥିଲା କି ସମୀର ୱାଙ୍ଖଡେ ଓ ତାଙ୍କ ପିତା ଜ୍ଞାନେଶ୍ୱର ୱାଙ୍ଖଡେ ହିନ୍ଦୁ ଧର୍ମ ତ୍ୟାଗ କରି ନାହାଁନ୍ତି କି ମୁସଲିମ ଧର୍ମ ଗ୍ରହଣ କରିନାହାଁନ୍ତି । ଯାଂଚ କମିଟି ଆହୁରି କହିଥିଲା କି, ସମୀର ୱାଙ୍ଖଡେ ଓ ତାଙ୍କର ପିତା ମହାର-୩୭ ଅନୁସୂଚିତ ଜାତିର, ଯାହାକୁ କି ହିନ୍ଦୁ ଧର୍ମର ମାନ୍ୟତା ମିଳିଛି ।

ସେପଟେ ଯାଂଚ କରୁଥିବା କମିଟି ସ୍ପଷ୍ଟ କରିଛି କି, ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲ୍ଲିକ, ମନୋଜ ସଂସାରେ, ଅଶୋକ କାମ୍ବଲେ ଓ ସଂଜୟ କାମ୍ବଲେ ସମୀର ୱାଙ୍ଖଡେଙ୍କ ନାମରେ ଯେଉଁ ଜାତିଗତ ଜାଲିଆତି ଅଭିଯୋଗ ଆଣିଥିଲେ ତାହାକୁ ସେ ପ୍ରମାଣ କରିପାରି ନାହାଁନ୍ତି ।

ଅନ୍ୟପଟେ କୋର୍ଟରୁ କ୍ଲିନଚିଟ୍ ପାଇବା ପରେ ସମୀର ୱାଙ୍ଖଡେ କମିଟିର ଆଦେଶକୁ ସ୍ୱାଗତ କରିଛନ୍ତି । ଏନେଇ ସେ କରିଥିବା ଟ୍ୱିଟରେ ‘ସତ୍ୟମେବ ଜୟତେ’ ବୋଲି ଲେଖିଛନ୍ତି । ସେପଟେ ଏକ ଜାତୀୟ ଗଣମାଧ୍ୟମକ ସହ କଥାବାର୍ତ୍ତା ବେଳେ ସମୀର କହିଛନ୍ତି ମୁଁ ଜନତାଙ୍କ ସେବା କରିବାକୁ କାମ କରିଛି । ହେଲେ କିଛି ଲୋକ ମୋତେ ଓ ପରିବାରର ସମ୍ମାନ ଉପରେ ପ୍ରଶ୍ନ ଉଠାଇ ମୋତେ ଦୁଖିତ କରିଛନ୍ତି ।