ଖୋଲିଲା ହୀରାକୁଦର ୨୮ ଗେଟ, ବୁଡିଲା ସମ୍ବଲପୁରର ତଳିଆ ଅଞ୍ଚଳ

167

କନକ ବ୍ୟୁରୋ: ହୀରାକୁଦର ୨୮ ଗେଟ ଖୋଲିବା ପରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ କଲୋନୀର ତଳିଆ ଅଞ୍ଚଳ, ଏସଆଇଟି କଲୋନୀର ତଳିଆ ଅଞ୍ଚଳରେ ପାଣି ପସିଯାଇଛି । ସେହଭଳି ପ୍ରଧାନପଡା ସହ ଜାତୀୟ ରାଜପଥରେ ମଧ୍ୟ ପାଣିଚାଲିଛି । ପାଣି ପସିବା ପରେ ଏହି ଅଞ୍ଚଳରେ ଥିବା ଘର ଗୁଡିକ ସମ୍ପୂର୍ଣ୍ଣ ବୁଡିଯାଇଛି । ସେଠାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତେବେ ଧିରେ ଧିରେ ପାଣିପମ୍ପ ସାହାଯ୍ୟରେ ଏସବୁ ଜଳକୁ ନଦୀକୁ ନିଷ୍କାସନ କରାଯାଉଛି ।

ସେପଟେ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କମିଥିବା ବେଳେ ବନ୍ୟାଜଳ ନିଷ୍କାସନର ମାତ୍ର ବଢିଛି । ଛତିଶଗଡରେ ବର୍ତ୍ତମାନ ମଧ୍ୟ ବର୍ଷା ଜାରିରହିଥିବା ବେଳେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି ।