ରାଉରକେଲା ପୋଲିସକୁ ବଡ ସଫଳତା । କୁଖ୍ୟାତ ଅପରାଧୀ ଅର୍ଜୁନ ରାଣା ଗିରଫ ।

120

କନକ ବ୍ୟୁରୋ: ରାଉରକେଲା ପୋଲିସକୁ ବଡ ସଫଳତା । କୁଖ୍ୟାତ ଅପରାଧୀ ଅର୍ଜୁନ ରାଣାକୁ ଗିରଫ କଲା ପୋଲିସ । ତେବେ ପିଏଲଏଫଆଇ ସୁପ୍ରିମୋ ଦୀନେଶ ଗୋପର ମୁଖ୍ୟ ସହଯୋଗୀ ହେଉଛି ଅର୍ଜୁନ ରାଣା । ଯାହାର ଟାର୍ଗେଟରେ ଥିଲେ ଶିଳ୍ପପତି ଓ ବ୍ୟବସାୟୀ । ତେବେ ପୋଲିସ ଅର୍ଜୁନ ରାଣାକୁ ଗିରଫ କରିବା ସହିତ ୨ଟି ପିସ୍ତଲ, ଗୋଟିଏ ବନ୍ଧୁକ ଓ ୫ଟି ଅଫୁଟା ଗୁଳି ଜବତ କରିଛି । ଏନେଇ ରାଉରକେଲା ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଅର୍ଜୁନ ନାଁରେ ବୀରମିତ୍ରପୁର, ରଘୁନାଥପଲ୍ଲୀ ଥାନାରେ ଏକାଧିକ ମାମଲା ଅଛି ।